ବ୍ୟାଙ୍କିଙ୍ଗ ସହାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: କୋଭିଡ୍‌-୧୯ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ବିଭିନ୍ନ ଦୂରଦୂରାନ୍ତ ଗାଁଗୁଡ଼ିକରେ ବ୍ୟାଙ୍କିଙ୍ଗ ସହାୟକମାନେ ପହଞ୍ଚି ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସେବା ପ୍ରଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେମାନଙ୍କ ସହାୟତା ରାଜ୍ୟରେ ଜୀବିକା କାର୍ଯ୍ୟକ୍ରମ ଏବଂ ନିରବଚ୍ଛିନ୍ନ ବ୍ୟାଙ୍କସେବା ପ୍ରଦାନକୁ ସୁଗମ କରିଛି। ରାଜ୍ୟରେ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କୋଭିଡ୍‌-୧୯ ସଂପର୍କିତ ଉଚ୍ଚ କ୍ଷମତାସଂପନ୍ନ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ଷଷ୍ଠ ବୈଠକ ଭିଡ଼ିଓ କନ୍‌ଫରେନ୍‌ସ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମାନ୍ୟବର ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।

Comments are closed.