ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳ ଏବଂ ଏସପିଙ୍କ ସହିତ ଅନ୍ୟ ଅଧିକାରୀ ମାନଙ୍କ ସଭାସ୍ଥଳ ପରିଦର୍ଶନ

ବେଗୁନିଆ : ଲୋକମାନଙ୍କୁ ଉନ୍ନତ ମାନର ମାଗଣା ଚିକିତ୍ସା ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ବୁଲି ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଛନ୍ତି ।ଆସନ୍ତା  ୧୩ ତାରିଖ ଦିନ ବେଗୁନିଆ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ବ୍ଲକ ହିତାଧିକାରୀମାନଙ୍କୁ ଏହି ଯୋଜନାରେ କାର୍ଡ ବଣ୍ଟନ କରିବେ। ସେଥିପାଇଁ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର, ଏଡିଏମ୍ ମନୋଜ କୁମାର ପାଢ଼ୀ,ଏସପି ରାଜକିଶୋର ଦୋରା, ବିଡିଓ ଲଷ୍ମୀଧର ସାହୁ, ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ,ଏସଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ, ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ବାହିନୀପତି ପ୍ରମୁଖ ସଭାସ୍ଥଳରେ ପହଞ୍ଚି କାର୍ଯ୍ୟ କିପରି ଚାଲିଛି ତାହାର ତଦାରଖ କରିଥିଲେ । ସଭାସ୍ଥଳରେ କାର୍ଯ୍ୟ କିପରି ହେବ ସେ ସଂକ୍ରାନ୍ତରେ ଜିଲ୍ଲାପାଳ ଅଧସ୍ତନ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।

Comments are closed.