ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ସହ ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର : ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀ ସହ ରାଜ୍ୟରେ ଆଉ ୬ଟି ନୂଆ ଥାନା ପାଇଁ ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ମିଳିଛି ।

ବର୍ତ୍ତମାନ ଥିବା ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୁଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବା ସହ ନୂଆ ୬ ଟି ଥାନା ପ୍ରତିଷ୍ଠା କରାଯିବ  । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା । ଏହି ୬ ଥାନାକୁ ଦୁଇ ଭାଗରେ ବିଭକ୍ତ କରାଯିବ ।

Comments are closed.