ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ଲକ୍ଷ୍ମୀସାଗରରେ ଅନୁଷ୍ଠିତ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଦାବି ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେଣ୍ଟ ସରକାର ସମୟରେ ଓଡିଶାକୁ ସତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେପି ପତିଶ୍ରୁତି ଦେଇଥିଲା।  ହେଲେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ କେନ୍ଦ୍ର ସରକାର ଏହି ଦାବିକୁ ପୂରଣ କରି ନ ଥିଲେ। ଏବେ ମଧ୍ୟ କେନ୍ଦ୍ରର ବିଜେପି ସରକାର ରାଜ୍ୟର ଦାବି ପୂରଣ କରିବାକୁ ପ୍ରସ୍ତୁତ ନାହାନ୍ତି । ୨୦୧୯ ନିର୍ବାଚନରେ ଓଡିଶା ଲୋକ ବିଜେପିକୁ ଏହାର ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply