ପ୍ରଭାବିତ ଓ ବିପଦଗ୍ରସ୍ତ ଲୋକଙ୍କ ଯତ୍ନ ନେବା ପାଇଁ ସମ୍ମିଳିତ କାର୍ଯ୍ୟ କରିବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଅମ୍ପନରେ କ୍ଷତିଗ୍ରସ୍ତ ଓଡ଼ିଶାବାସୀଙ୍କ ନିମନ୍ତେ ଚିନ୍ତା ପ୍ରକଟ କରିବା ସହିତ ସହଭାଗିତା ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି। ସେ ମଧ୍ୟ ଓଡ଼ିଶାର ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହିତ ପୁନଃଥଇଥାନ ନିମନ୍ତେ ୫୦୦ କୋଟି ଟଙ୍କା ଅଗ୍ରୀମ ସହାୟତା ଘୋଷଣା କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଭାବିତ ଓ ବିପଦଗ୍ରସ୍ତ ଲୋକମାନଙ୍କ ଯତ୍ନ ନେବା ଏବଂ ଖୁବ୍‌ ଶୀଘ୍ର ସ୍ୱାଭାବିକ ଅବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଆମେ ସମ୍ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.