କୋଭିଡ୍-୧୯ ଅନୁପାଳନ କରି ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର : ଆଜି ବିଶ୍ୱ ଥାଲାସେମିଆ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଥାଲାସେମିଆ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ନିମେନ୍ତେ ରକ୍ତଭଣ୍ଡାରଗୁଡ଼ିକରେ ଯଥେଷ୍ଟ ପରିମାଣର ରକ୍ତ ମହଜୁଦ ରହିବା ଆବଶ୍ୟକ। କୋଭିଡ୍‌-୧୯ ଲକ୍‌ ଡାଉନ୍‌ ତଥା ସାମାଜିକ ଦୂରତ୍ୱର ନିୟମାବଳୀ ଅନୁପାଳନପୂର୍ବକ ରକ୍ତଦାନ କରି ସ୍ୱାସ୍ଥ୍ୟସେବାର ଏହି ଆବଶ୍ୟକତା ପୂରଣ କରିବା ପାଇଁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Comments are closed.