ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀକାଳୀନ ଅବତରଣ

0

ଜୟପୁର : ଜୟପୁର ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ବୁଧବାର ଦିନ ରାୟଗଡା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଲାଞ୍ଜିଗଡରେ ଓହ୍ଲାଇ ଥାଆନ୍ତେ। ସେ ବର୍ତ୍ତମାନ ଜୟପୁର ଠାରେ ବିଶ୍ରାମ ନେଉଥିବା ଜଣାପଡିଛି। ଲାଞ୍ଜିଗଡରୁ ହେଲିକପ୍ଟର ଆସିବା ପରେ ମୁଖ୍ୟମନ୍ତ୍ରୀ ରାୟଗଡା ଯିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଲାଞ୍ଜିଗଡରେ କ’ଣ ପାଇଁ ଅବତରଣ କରିପାରିଲା ନାହିଁ ତାହା ଅସ୍ପଷ୍ଟ ରହିଛି। ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

Leave A Reply