ଥଣ୍ଡା ପାଗରେ ଲବଙ୍ଗ ଚା’ର ଉପକାରିତା !

0

ସକାଳୁ ସକାଳୁ ଦିନର ଆରମ୍ଭ ଯଦି ଏକ କପ୍ ଗରମ ଚା’ରୁ ହୁଏ, ତେବେ କଥା ନିଆରା । ଚା’ ପ୍ରେମୀ ହିଁ ଏହାର ଅସଲ ସ୍ବାଦ ବା ମଜା ଜାଣିପାରିବେ । ବେଳେବେଳେ ଚା’ ଦ୍ବାରା ଛୋଟ ଛୋଟ ରୋଗରୁ ଉପଶମ ମିଳିଥାଏ । ଚା’ର ଗୁରୁତ୍ବକୁ ନଜରରେ ରଖି ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାର ଚା’ ଉପଲବ୍ଧ । ସେସବୁ ମଧ୍ୟରୁ ଲବଙ୍ଗ ଚା’ ହେଉଛି ଅନ୍ୟତମ । ତେବେ ଆସନ୍ତୁ ଜାଣିବା ଲବଙ୍ଗ ଚା’ ପିଇଲେ ଶରୀରକୁ କି ଲାଭ ମିଳିଥାଏ ।

ଥଣ୍ଡାକାଶ:
ଥଣ୍ଡାକାଶରୁ ମୁକ୍ତି ପାଇଁ ଲବଙ୍ଗ ଚା’ ଅତ୍ୟନ୍ତ ଉପକରୀ । ଲବଙ୍ଗ ଗରମ ହୋଇ ଥିବାରୁ ଦିନକୁ ୨ରୁ ୩ ଥର ସେବନ କରିବା ଦ୍ବାରା ଥଣ୍ଡାକାଶ ଦୂର ହୋଇଥାଏ ।

ଜ୍ବର: ଯଦି ଆପଣଙ୍କୁ ଜ୍ବର ହୋଇଛି ତେବେ ଲବଙ୍ଗ ଚା’ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ।

ଶରୀର ପୀଡାରୁ ମୁକ୍ତି ପାଇଁ:
ଶରୀର ବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଲବଙ୍ଗ ଚା’ ନିଶ୍ଚୟ ପିଅନ୍ତୁ । ଏତତ୍ ବ୍ୟତୀତ ଯନ୍ତ୍ରଣା ଅନୁଭବ କରୁଥିବା ସ୍ଥାନରେ ଲବଙ୍ଗ ଚା’ର ସେକ ମଧ୍ୟ ନେଇ ପାରିବେ ।

ପାଚନ ତନ୍ତ୍ରକୁ ସୁସ୍ଥ ରଖେ:
ପେଟରେ ଏସିଡିଟି ଏବଂ ହଜମ ପ୍ରକ୍ରିୟା ସଠିକ୍ ନଥିଲେ ଲବଙ୍ଗ ଚା’ ପିଇବା ଫଳପ୍ରଦ ଅଟେ । ଏହା ଦ୍ବାରା ହଜମ ପ୍ରକ୍ରିୟା ସଠିକ୍ ହୋଇଥାଏ ।

ଦାନ୍ତ ବିନ୍ଧା:
ଦାନ୍ତ ବିନ୍ଧା ହେଲେ ଲବଙ୍ଗ ତେଲ ପ୍ରୟୋଗ କରାଯାଏ । ସେହିପରି ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ ଲବଙ୍ଗ ଚା’ । ଏହା ଛଡା କଫ ଏବଂ ଗଳା ସଫା ପାଇଁ ଲବଙ୍ଗ ଚା’ ଲଭାଦାୟକ ଅଟେ ।

Leave A Reply