ଅବକାରୀ ବିଭାଗ ଚଢଉ ; ୩ ଗିରଫ

୬୯ ଲିଟର ବିଦେଶୀ ମଦ, ୨୫ ଲିଟର ଦେଶୀ ରନ୍ଧାମଦ ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ରବିବାର ଅବକାରୀ ବିଭାଗ ପକ୍ଷରୁ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢଉ କରି ୬୯ଲିଟର ବିଦେଶୀ ଓ ୨୫ ଲିଟର ଦେଶୀ ରନ୍ଧା ମଦ ଜବତ ସହ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମରେ ଚଢଉ କରି ଯୁଗଳ ବେହେରା(୩୧)ଙ୍କ ପାଖରୁ ୨୩ଲିଟର ବିଦେଶୀ ମଦ ଜବତ କରିଥିଲା। ପରେ ତିଲେଶ୍ୱର ଗ୍ରାମର ଶୁସାନ୍ତ ବେହେରା(୩୨)ଙ୍କ ପାଖରୁ ୪୬ ଲିଟର ବିଦେଶୀ ମଦ ଜବତ କରିଥିଲା। ଦ୍ୱିତୀୟ ଦଫାରେ ହରଭଙ୍ଗା ଥାନା ଝାରଖମଣ ଗ୍ରାମରେ ଚଢଉ କରି  ଅଜୟ ସାହୁ(୩୦)ଙ୍କ ଠାରୁ ୨୫ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି। ଏହି ଚଢଉରେ ଅବକାରୀ ବିଭାଗ ଏସ.ଆଇ ବିଶ୍ୱଜିତ ଦାଶ,ଏ.ଏସ.ଆଇ ଅନ୍ତର୍ଯ୍ୟାମୀ ସାହୁ,ଏ.ଏସ.ଆଇ ତରୁଣ ପାତ୍ର,ଶୁସାନ୍ତ ମହାକୁଡ,ସୁବ୍ରତ ବେହେରା ସାମିଲ ଥିଲେ।

 

Comments are closed.