୧୦୨୯ କଲେଜରେ +୩ରେ ଖାଲିପଡ଼ିଛି ୯୨ ହଜାର ସିଟ୍‌

କଳାରେ ସର୍ବାଧିକ ୪୨ ହଜାର ସିଟ୍‌ ଖାଲି

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଯୁକ୍ତ ତିନି(ସ୍ନାତକ) ନାମଲେଖା ପ୍ରକ୍ରିୟା ଚଳିତ ମାସ ୯ ତାରିଖରେ ଶେଷ ହୋଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ମୋଟ ୧୦୨୯ ମହାବିଦ୍ୟାଳୟରେ ମୋଟ ୯୨ ହଜାର ୩୭୪ ସିଟ୍‌ ଖାଲିରହିଛି। ୨ ଲକ୍ଷ ୪୯ ହଜାର ୯୫୦ ସିଟ୍‌ ମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୫୭ ହଜାର ୫୭୬ ସିଟ୍‌ ପୂରଣ ହୋଇଛି। ୯ ନଭେମ୍ବରରେ ଆରମ୍ଭ ହୋଇଥିବା ନାମଲେଖା ପ୍ରକ୍ରିୟା ଚଳିତ ମାସ ୯ରେ ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କଳା ପାଠ୍ୟକ୍ରମରେ ମୋଟ ୧ ଲକ୍ଷ ୩୯ ହଜାର ୧୫୩ ସିଟ୍‌ ମଧ୍ୟରୁ ୪୨ ହଜାର ୬୭୪ ସିଟ୍‌ ଖାଲିରହିଛି। ସେହିପରି ବାଣିଜ୍ୟରେ ୩୧ ହଜାର ୧୩୯ ସିଟ୍‌ ମଧ୍ୟରୁ ୧୬ ହଜାର ୨୫୩ ସିଟ୍‌ ପୂରଣ ହୋଇଛି। ବାଣିଜ୍ୟରେ ମୋଟ ୧୪ ହଜାର ୮୮୬ ସିଟ୍‌ ଖାଲି ରହିଛି। ସେହିପରି ସଂସ୍କୃତରେ ୫ ହଜାର ୫୫୪ , ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୬୬୦ ଓ ବିଜ୍ଞାନରେ ୨୮ ହଜାର ୬୦୦ ସିଟ୍‌ ଖାଲି ରହିଛି। ୨୦୧୮-୧୯ ଶିକ୍ଷାବର୍ଷରେ ୩୨ ହଜାର ୭୧୮ ସିଟ୍‌ ଖାଲିଥିବାବେଳେ ୨୦୧୯-୨୦ରେ ୭୪ ହଜାର ୬୪୮ ସିଟ୍‌ ଖାଲି ରହିଥିଲା। ପ୍ରତିବର୍ଷ +୩ରେ ଖାଲିଥିବା ସିଟ୍‌ ସଂଖ୍ୟା ବଢିବାରେ ଲାଗିଛି।

Comments are closed.