ଝିଅ ସ୍ମୃତିରେ ୪୫ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ତୁଲାଉଛନ୍ତି ସ୍କୁଲ କିରାଣି

0

ବେଙ୍ଗାଲୁରୁ : ନିଜ ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତି ସେମାନଙ୍କ ସ୍ମୃତିରେ କେତେ କ’ଣ କରୁଛନ୍ତି; କିନ୍ତୁ କର୍ଣ୍ଣାଟକର କାଲାବୁରାଗି ଅନ୍ତର୍ଗତ ମାକ୍ତାପୂରମ୍‍ର ଜଣେ ବ୍ୟକ୍ତି ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ଝିଅର ସ୍ମୃତିରେ ସେ ୪୫ଜଣ ଛାତ୍ରୀଙ୍କ ମାସିକ ସ୍କୁଲ ଦରମା ସହ ଅନ୍ୟାନ୍ୟ ପଢ଼ା ଖର୍ଚ୍ଚ ତୁଲାଉଛନ୍ତି। ମାକ୍ତାପୂରମ୍‍ସ୍ଥିତ ଏମ୍‍ପିଏଚ୍‍ଏସ୍‍ ସରକାରୀ ହାଇସ୍କୁଲରେ କିରାଣି ଥିବା ବାସବରାଜ ଗତ ବର୍ଷ ଝିଅ ଧନେଶ୍ୱରୀଙ୍କୁ ହରାଇଥିଲେ। ସେବେଠାରୁ ସେ ଝିଅ ଆତ୍ମାର ଶାନ୍ତି ପାଇଁ ନିଜ ସ୍କୁଲରେ ପଢ଼ୁଥିବା ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହାକୁ ସେ ନିୟମିତ ଭାବେ କାର୍ଯ୍ୟକାରୀ କରୁଛନ୍ତି।

Leave A Reply