୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀ ଗିରଫ

ମାଲକାନଗିରି: ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ମାଲକାନଗରି ଉପ ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ । ଗତକାଲି ସେ ୨୦ ହଜାର ଟଙ୍କା ନେଇଥିବାବେଳେ ଆଜି ଆଉ ୮୦ ହଜାର ଟଙ୍କା ନେଉଥିଲେ ।

ସୂଚନା ଅନୁସାରେ ଜୀବନ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କର ଏକ ଜମିଜମା ମାମଲା ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ିଥିଲା । ଏହି ମାମଲାରେ ୧୪୪ ଧାରା ଜାରି ହୋଇଥିଲା । ମାମଲାର ସମାଧାନ ପାଇଁ ଅକ୍ଷୟ ୧ ଲକ୍ଷ ଟଙ୍କା ଦାବି କରିଥିଲେ ଓ ଏଥିପାଇଁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ନେଇଥିଲେ । ଆଜି ଆଉ ୮୦ ହଜାର ଟଙ୍କା ନେଉଥିବାବେଳେ ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ ।

Comments are closed.