କରୋନା ସତର୍କତା : ଦିନକୁ ୪ ରୁ ୬ ଥର ସଫା କରନ୍ତୁ ମୋବାଇଲ୍

ଭୁବନେଶ୍ବର : ମୋବାଇଲ୍ ହୋଇପାରେ କରୋନା ବ୍ୟାପିବାର ମୁଖ୍ୟ କାରଣ ଏଣୁ ମୋବାଇଲକୁ ଦିନକୁ ୪ ରୁ ୬ ଥର ସଫା କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ କରୋନା ସଚେତନତା ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ମୋବାଇଲ ପ୍ରତି ସମସ୍ତେ ସାବଧାନ ହେବା ଆବଶ୍ୟକ। କାରଣ ମୋବାଇଲ ଆମ ଜୀବନରେ ଏକ ଏପରି ସାମଗ୍ରୀ ହୋଇ ସାରିଛି ଯାହା ବିନା ଆମେ ଗୋଟିଏ ମୁହୁତ୍ତ ବି ରହିପାରୁନାହାନ୍ତି। ଗୋଟିଏ ଦିନରେ ଆମେ ୨୬୦୦ ଥର ମୋବାଇଲକୁ ଛୁଁଇଥାଉ ଏବଂ ୭୬ ଥରରୁ ଅଧିକ ମୋବାଇଲରେ କଥା ହୋଇଥାନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ବ୍ୟବହାର କରିଥାନ୍ତି । ମୋବାଇଲକୁ ଆମେ ଯେଉଁ ଠାରେ ପାରନ୍ତି ସେଠାରେ ଥୋଇଦେଇ ଥାଆନ୍ତି। ବ୍ୟାଙ୍କ ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଆମେ ଟେବୁଲ୍ ଉପରେ ମୋବାଇଲ ଥୋଇ ଦେଇଥାନ୍ତି। ଏଣୁ ମୋବାଇଲକୁ ଆମେ ଦିନକୁ ଆମେ ୪ ରୁ ୬ ଥର ହାଲକା ସାବୁନ ପାଣିରେ ଫୋଛି ସଫା କରିବା ଆବଶ୍ୟକ।

ମୋବାଇଲ ଫୋନକୁ ଏଣେତେଣେ ଯେପରିକି କାହା ଟେବୁଲ ଉପରେ, ବ୍ୟାଙ୍କ କାଉଣ୍ଟରରେ, ଟ୍ରେନ ଟିକେଟ କାଉଣ୍ଟରରେ କିମ୍ବା କୌଣସି ଅଫିସର ଟେବୁଲ ଉପରେ ରଖନ୍ତୁ ନାହିଁ । ମୋବାଇଲ ଫୋନକୁ ସର୍ବଦା ଏକ ନିଜ ବ୍ୟାଗରେ ରଖନ୍ତୁ ବୋଲି ସୁବ୍ରତ ବାଗଚୀ କହିଛନ୍ତି।

Comments are closed.