ସଂସ୍କୃତ ମହାବିଦ୍ୟାଳୟରେ ସ୍ଵଛ ଭାରତ କାର୍ଯ୍ୟକ୍ରମ

କଟକ ଜିଲ୍ଲା ଛତିଆ ନିକଟସ୍ତ କଇଥା ପଂଚାୟତରେ ଥିବା ତ୍ରୀନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ପକ୍ଷରୁ ଦିନିକିଆ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ୫୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମହାବିଦ୍ୟାଳୟ ପରିସରକୁ ସଫା କରିବା ସହ ନିକଟସ୍ଥ ଲାଲବେଗି ଗ୍ରାମ୍ୟ ରାସ୍ତାକୁ ସଫା କରିଥିଲେ। ସେମାନେ ଗ୍ରାମବାସୀଙ୍କୁ କିଭଳି ସଫା ସୁତୁରା ରହିବେ, ତାହା ବୁଝାଇଥିଲେ।

କାର୍ଯ୍ୟକ୍ରମରେ ସମାଜସେବୀ ବେଣୁଧର ନାୟକ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ବେହେରା ଏହାକୁ ଉଦଘାଟନ କରିଥିଲେ। କଲେଜର ଏନଏସଏସ ସଂଯୋଜକ ଅଧ୍ୟାପକ ଦୁଷ୍ମନ୍ତ କୁମାର ଘଡେଇ ଶିବିର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡଃ ଶଶଧର ପତି, ଅଜୟ ପ୍ରକାଶ ଦାଶ, ଅଧୀର ଆଚାର୍ଯ୍ୟ, ମିତ୍ରଭାନୁ ପ୍ରଧାନ, ଅଧ୍ୟାପିକା ବବିତା ସାହୁ, ସୁଜାତା ଦାଶ ଏବଂ ଅକ୍ଷୟ ବେହେରା ଓ ଅକ୍ଷୟ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Comments are closed.