କେହି ଅସୁସ୍ଥ ଥିଲେ ଘରକୁ ଏମିତି ସଫା କରନ୍ତୁ

# ଅସୁସ୍ଥ ଲୋକ ରହିଥିବା ସ୍ଥାନ ଓ ଏହାର ଆଖପାଖ ସ୍ଥାନକୁ ସଫା କରନ୍ତୁ।
#ବାହାର କବାଟ ଓ ଝରକା ଖୋଲି ଭିତରକୁ ଅଧିକରୁ ଅଧିକ ବାୟୁ ଆସିବାକୁ ଦିଅନ୍ତୁ।
# ତେବେ ଉକ୍ତ ଗୃହକୁ ସଫା କରିବା ପୂର୍ବରୁ ପ୍ରଥମେ ୨୪ ଘଣ୍ଟା ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ।
# ଅସୁସ୍ଥ ଲୋକ ଜଣକ ଘରର ଯେଉଁଯେଉଁ ସ୍ଥାନକୁ ଯାଇଥିବେ ସେହି ସମସ୍ତ ସ୍ଥାନ ସଫା କରନ୍ତୁ। ଯେମିତିକି ଅଫିସ, ଶୌଚାଳୟ, ସର୍ବସାଧାରଣସ୍ଥାନ, ଏକାଧିକ ଲୋକ ବ୍ୟବହାର କରୁଥିବା ବୈଦ୍ୟୁତିକ ଯନ୍ତ୍ରାଂଶ, ଟେବୁଲ, ପ୍ରଭୃତି।
# ରୋଗୀ ୭ ଦିନରୁ ଅଧିକ ସମୟ ଉକ୍ତ ସ୍ଥାନକୁ ବ୍ୟବହାର କରିଥିଲେ ଅତିରିକ୍ତ ସଫେଇର ଆବଶ୍ୟକତା ନାହିଁ। ନିୟମିତ ଭାବେ ତାହାକୁ ସଫା କରିବା ଯଥେଷ୍ଟ ହେବ।
# ରୋଗୀଙ୍କ ବ୍ୟବହୃତ ଘର ବା ସାମଗ୍ରୀ ସଫା କରିବା ବେ‌େ‌ଳ ଗ୍ଲୋଭସ ସହିତ ଗାଉନ ପିନ୍ଧିବା ଉଚିତ। କାରଣ ଏହାକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ଲାଗି ଯେଭଳି ବିଶୋଧକ ବ୍ୟବହାର କରାଯାଏ ତାହା ଶରୀରପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।
ବିଶୋଧନ ପରେ ସତର୍କତାର ସହିତ ଉକ୍ତ ଗ୍ଲୋଭସ ଓ ଗାଉନ ବାହାର କରି ଆବଦ୍ଧ ଡଷ୍ଟବିନରେ ଫିଙ୍ଗନ୍ତୁ।
ସଫେଇ କାର୍ୟ୍ୟରେ ନି‌ୟୋଜିତ ଲୋକେ କୋଭିଡ-୧୯ରେ ସଂକ୍ରମିତ ହେଉଥିବା ଜଣାପଡିଛି। ଏହି ଲୋକମାନେ ରୋଗର ଲକ୍ଷଣ ନିଜଠାରେ ପ୍ରକାଶ ପାଉଛି କି ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।
କେଉଁ ସମୟରେ ସମ୍ପୂର୍ଣ୍ଣ ପ୍ରତିଷେଧକ ବ୍ୟବସ୍ଥା ବ୍ୟବହାର କରିବା ଆବଶ୍ୟକ ସେ ସମ୍ବନ୍ଧରେ ସଚେତନ କରାଯିବା ଉଚିତ।
# ବିପଦଜନକ କେମିକାଲ ବ୍ୟବହାର କରିବା ବେଳେ କିଭଳି ସତର୍କତା ଅବଲମ୍ବନ କରିବାକୁ ହେବ ତାହା ଏହି ସଫେଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଜରୁରୀ।

Comments are closed.