ଏହି ପାତ୍ରରେ ଖାଦ୍ୟ ପ୍ରସ୍ତୁତି କରିବାର ଉପକାରିତା ବିଷୟରେ ଜାଣିଛନ୍ତି ?

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେଉଁ ପାତ୍ରରେ ଖାଦ୍ୟ ପ୍ରସ୍ତୁତି ହେଉଛି ତାହା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଟେ। ରୋଷେଇ ଘରେ ବ୍ୟବହାର କରୁଥିବା ବାସନକୁସନ ଆମ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଏହି କାରଣରୁ ବହୁ ଭାବି ଚିନ୍ତି ଆମେ ବିଭିନ୍ନ ଦ୍ରବ୍ୟର ମଧ୍ୟ ବ୍ୟବହାର କରୁ। ଏତଦ୍‍ ବ୍ୟତୀତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ବିଭିନ୍ନ ଉପାୟ କରିଥାଉ। କ’ଣ ଖାଇବା, କେଉଁ ସମୟରେ ଖାଇବା, ବ୍ୟାୟାମ କରିବା ଭଳି ବିଭିନ୍ନ ଉପାୟ । ଆମେ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏଥିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ବହୁତ ସ୍ୱାଦିଷ୍ଟ ଓ ପୌଷ୍ଟିକ ଅଟେ। ଜାଣନ୍ତୁ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା କିଭଳି ଲାଭଦାୟକ ଅଟେ….
ସ୍ୱାଦିଷ୍ଟ ଭୋଜନ –
ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅନ୍ୟ ବାସନରେ ପ୍ରସ୍ତୁତ ଖାଦ୍ୟ ଅପେକ୍ଷା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ଏଥିରେ ପ୍ରସ୍ତୁତ ଖାଦ୍ୟ ସଠିକ ଭାବେ ପ୍ରସ୍ତୁତ ହେବା ସହ ଖାଦ୍ୟରେ ଥିବା ଭିଟାମିନ ନଷ୍ଟ ହୋଇନଥାଏ।
ପୁଷ୍ଟିଯୁକ୍ତ ଆହାର –
ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଅଧିକ ପୁଷ୍ଟିଯୁକ୍ତ ହୋଇଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ। ମାନସିକ ଦୁଶ୍ଚିତା ମଧ୍ୟ କମ ହୋଇଥାଏ।
ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ ହେଲେ ତାହାକୁ ବାରମ୍ବାର ଗରମ କରିବାକୁ ପଡ଼ିନଥାଏ। ଏହାଛଡ଼ା ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥାଏ। ସେହି ଭୋଜନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। କାରଣ ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହାକୁ ଗରମ କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିଥାଏ।

Comments are closed.