୭ରୁ ଦୂରଦର୍ଶନରେ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କୁ ପାଠପଢ଼ା

ଭୁବନେଶ୍ବର : ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଏହି ସମୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୭ ତାରିଖରୁ ଦୂରଦର୍ଶନରେ ପାଠପଢାଯିବ। ଏନେଇ ଶନିବାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଦୂରଦର୍ଶନରେ ସୋମବାରରୁ ଶୁକ୍ରବାର ଯାଏଁ ପ୍ରସାରଣ ପାଠପଢା ପ୍ରସାରଣ କରାଯିବ। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ୧୧ଟା ଯାଏଁ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଦୂରଦର୍ଶନରେ ପ୍ରସାରଣ ହେବ। ଛାତ୍ରଛାତ୍ରୀ ସହଜରେ ଘରେ ବଶି ପାଠପଢିପାରିବେ ବୋଲି ସେ କହିଛନ୍ତି।

Comments are closed.