ପୋଷା କୁକୁରର ମୃତ୍ୟୁକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୨ରୁ ଅଧିକ ଆହତ

କାନପୁର : ଏକ ପୋଷା କୁକୁରକୁ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶର କାନପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ପୁଲିସ ସୂଚନା ପାଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

କାନପୁର ଗ୍ରାମାଞ୍ଚଳର ରସୁଲାବାଦ କୋଟୱାଲୀ ଅଞ୍ଚଳର ନାଉହା ଗ୍ରାମରେ ଗୋଟିଏ ପୋଷା କୁକୁରକୁ ହତ୍ୟା କରିଥିବା ନେଇ ଗୋଟିଏ ଗୋଷ୍ଠୀ ବିରୋଧରେ ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀର ଲୋକମାନଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ।

ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗାଁର ପୁଲିସ ମୁତୟନ କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.