ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ବୋମାମାଡ, ୫ ଆହାତ

ଗାଁରେ ପୁଲିସ ମୁତୟନ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଗୁରୁବାର ରାତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ କରାଯିବା ସହ ଖଣ୍ଡା କାତିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ଘଟଣାରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଦୁଇଟି ଅଭିଯୋଗ ହେବା ସହ ପୁଲିସ ୨ ଟି ମାମଲା ରୁଜୁ କରି ଉଭୟ ଗୋଷ୍ଠୀର୧୫ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ୧୭ ନଂ ଜୋନ ବିଜେଡ଼ି ଜିଲା ପରିଷଦ ସଭ୍ୟଙ୍କ ସ୍ବାମୀଙ୍କ ସମେତ ୨୧ ଜଣରୁ ଉର୍ଦ୍ଧ ଲୋକଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଏହି ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କେ.ନାରସିଙ୍ଗଲୁ ମୂର୍ତ୍ତି ସହିତ ଚିକିଟି ବ୍ଲକ ଅନ୍ତର୍ଗତ ୧୭ ନଂ ଜୋନ ଜିଲା ପରିଷଦ ସଭ୍ୟଙ୍କ ସ୍ବାମୀ ଏ.ରଙ୍ଗା ରାଓଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପୂର୍ବ ଶତ୍ରୁତା ସହ ରାଜନୈତିକ ପତିଆର ନେଇ ବାଦ ବିବାଦ ଲାଗି ରହିଥିଲା।

ଗୁରୁବାର ରାତ୍ର ଗ୍ରାମରେ କୌଣସି ବିଷୟକୁ ନେଇ ନାରସିଙ୍ଗଲୁ ମୂର୍ତ୍ତି ଓ ରଙ୍ଗା ରାଓ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହେବା ହେବା ସହ ୫ ଟି ବୋମା ମାଡ ହେବା ସହ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଖଣ୍ଡା କାତି ବୁଲି କିଛି ସମୟ ନିମନ୍ତେ ଗ୍ରାମ ରଣକ୍ଷେତ୍ର ପାଲଟିଥିଲା। ବୋମା ମାଡ ଘଟଣାରେ ଗୋଟିଏ ଗୋଷ୍ଠୀ ର ୫ ଜଣ ଆହତ ହୋଇଥିଲେ। ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସାମିଲ ଥିବା ୧୫ ଜଣଙ୍କୁ କାବୁ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା କ୍ଷ ଘଟଣା ସ୍ଥଳରୁ ପୁଲିସ ଫୁଟିଥିବା ବୋମାର ଟୁକୁଡ଼ାକୁ ଜବତ କରିଥିଲେ। ଅଭିଯୋଗ ଅନୁଯାୟୀ ଥାନାରେ ରୁଜ୍ଜୁ ହୋଇଥିବା୧୫୪/୨୧ ମାମଲା ଅନୁଯାୟୀ ଏସ.ଦାନାମା ନିଜ ପରିବାର ଲୋକଙ୍କ ସହିତ ଘର ବାରଣ୍ଡାରେ ବସିଥିବା ସମୟରେ ନାରସିଙ୍ଗଲୁ ମୂର୍ତ୍ତି ସହ ୯ ଜଣ ଲୋକ ସେମାନଙ୍କ ଘର ସମ୍ମୁଖରେ ପହଞ୍ଚି ଗାଳିଗୁଲଜ କରିବା ସହ ଖଣ୍ଡା କାତି ଧରି ହତ୍ୟା ଧମକ ଦେବା ସହ ଘର ଉପରେ ପାଞ୍ଚ ଟି ବୋମାମାଡ କରିଥିଲେ । ଏଥିରେ ଦାନାମ୍ମା ସମେତ ତାଙ୍କ ସ୍ବାମୀ ଇରାସ୍ବାମୀ, ତାଙ୍କ ଭାଇ ବି ନୋକା ଓ ଅନ୍ୟ ତିନି ଜଣ ଏସ ମାଧବରାଓ,ଏସ ମୋହନ ରାଓ,ପି ଶଙ୍କର ପ୍ରମୁଖ ଆହାତ ହୋଇଥିଲେ।ଅନ୍ୟ ପଟେ ନାରସିଙ୍ଗଲୁମୂର୍ତ୍ତି ଘରେ ଥିବା ବେଳେ ରଙ୍ଗାରାଓ ଓ ୧୦ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଘର ନିକଟକୁ ଆସି ସେମାନଙ୍କୁ ଆକ୍ରମଣ କରି ଧମକ ଚମକ ଦେବା ସହ ଗୋଟିଏ ମୋଟରସାଇକେଲ ଓ ଘର ସମ୍ମୁଖରେ ଲାଗିଥିବା ସିସିଟିଭିକୁ ଭଙ୍ଗାରୁଜା କରିଥିବା ନେଇ ନାରସିଙ୍ଗଲୁ ମୂର୍ତ୍ତି ଥାନାରେ ଅଭିଯୋଗ କରିଥିଲେ ଏହା ନେଇ ଥାନାରେ ୧୫୫/୨୧ ଆଉ ଏକ ମାମଲା ରୁଜୁ କରାଯାଇଛି। ଉଭୟ ମାମଲାରେ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି ଶୁକ୍ରବାର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଜି ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି। ଘଟଣାକୁ ନେଇ ଦୀର୍ଘ ୧୫ ବର୍ଷ ତଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ପୁଣିଥରେ ଉଜ୍ଜୀବିତ ହୋଇଥିବା ବେଳେ ପୁଲିସ ପକ୍ଷରୁ ଘଟଣାକୁ ନେଇ ସଠିକ ଭାବେ କାର୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ପରିସ୍ଥିତି ଭୟାବହ ଆଡ଼କୁ ଗତିକରିବ।

Comments are closed.