ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ପୁରୁଷ ଏକଦିବସୀୟରେ ମହିଳା ଅମ୍ପିୟାର

ସିଡ୍‌ନୀ .-ଅନ୍ତର୍ଜାତୀୟ ପୁରୁଷ ଏକଦିବସୀୟ କ୍ରିକେଟ ମ୍ୟାଚରେ ପ୍ରଥମ ଥର ପାଇଁ ଜଣେ ମହିଳା ଅମ୍ପିୟାରିଂ କରିବେ । ଅଷ୍ଟ୍ରେଲିଆର ୩୧ ବର୍ଷୀୟା  କ୍ଲାରି ପୋଲୋସାକ୍‌ ପ୍ରଥମ ମହିଳା ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ବିଶ୍ୱ କପ୍‌ ଲିଗ୍‌ ଡିଭିଜନ୍‌ -୨ର ନାମ୍ବିଆ ଓ ଓମାନ ମଧ୍ୟରେ ହେବାକୁ ଥିବା ଫାଇନାଲ୍‌ ମ୍ୟାଚରେ କ୍ଲାରି ଅମ୍ପିୟାରିଂ କରିବେ । ଆଇସିସିର ତତ୍ୱାବଧାନରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।

୪୮ ବର୍ଷର ୪,୧୨୪ ଦିବସୀୟ ମ୍ୟାଚରେ କେବଳ ପୁରୁଷ ଅମ୍ପିୟାର ଅମ୍ପିୟାରିଂ କରିଛନ୍ତି ।  ପ୍ରଥମ ଥର ପାଇଁ କ୍ଲାରି ଆଇସିସି ଦ୍ୱାରା ଅନୁଷ୍ଠିତ ପୁରୁଷଙ୍କ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚରେ ଅମ୍ପିୟାରିଂ କରିବେ ।

Comments are closed.