ରୂପଵାଲି ଓ ଠାକୁରାପଦା ଖେଳ ପଡିଆର ଉନ୍ନତିକରଣ ହେଉ

ବରୁଣସିଂ ଗ୍ରାମ ପଞ୍ଚାୟତବାସୀ କ୍ରୀଡ଼ାମନ୍ତ୍ରୀଙ୍କୁ ନିବେଦନ

ବାଲେଶ୍ୱର:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ରୂପଵାଲି ଓ ଠାକୁରାପଦା ପ୍ରମୁଖ ଦୁଇଟି ବଡ ଖେଳ ପଡିଆର ଉନ୍ନତିକରଣ ପାଇଁ ବରୁଣସିଂ ଗ୍ରାମପଞ୍ଚାୟତବାସୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି ଓ ପଞ୍ଚାୟତ ବାସୀଙ୍କ ଏହି ଦାବିକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ସମର୍ଥନ ଜଣାଇବା ସହ ବ୍ୟକ୍ତିଗତ ଭାବେ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଓ ବରୁଣସିଂ ଗ୍ରାମପଞ୍ଚାୟତବାସୀଙ୍କ ପକ୍ଷରୁ ଶିକ୍ଷାବିତ ତଥା ସମାଜସେବୀ ସାହାରଦା ଗ୍ରାମର ଶାନ୍ତା ଦାସ ଓ ସ୍ଥାନୀୟ ନେତୃବୃନ୍ଦ ଏହି ନିବେଦନ ପତ୍ରକୁ କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାସ ଚନ୍ଦ୍ର ଦାସଙ୍କ ଜରିଆରେ ପ୍ରଦାନ କରିଛନ୍ତି।


ବାଲେଶ୍ୱର ଜିଲା ତଥା ବରୁଣସିଂ ଗ୍ରାମ ପଞ୍ଚାୟତର ଯୁବ ବର୍ଗ ଦୀର୍ଘ ଦିନ ହେବ କ୍ରୀଡା ପ୍ରତି ବେଶ ରୁଚି ରଖି ଆସିଛନ୍ତି ଓ ଏଠାରେ ଥିବା ରୂପଵାଲି ଓ ଠାକୁରାପଦା ପଡିଆରେ ଅନେକ ଫୁଟବଲ, ଭଲ୍ଲିବଲ ଓ କ୍ରିକେଟ ଆଦି ଖେଳି ଆସୁଛନ୍ତି ଓ କେବଳ ସେତିକି ନୁହେଁ ଏହି ଅଞ୍ଚଳର ଅନେକ ହାଇସ୍କୁଲ ଓ ୟୁପି ସ୍କୁଲ ଛାତ୍ର ଛାତ୍ରୀ ଏଠାରେ ଖେଳ ଅଭ୍ୟାସ କରି ଆସୁଛନ୍ତି ଓ ଯଦି ଏହି ଖେଳ ପଡ଼ିଆର ଉନ୍ନତି କରଣ ଲାଗି କ୍ରୀଡ଼ା ବିଭାଗ ପକ୍ଷରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଏ ତାହେଲେ ଏଠାରୁ ଆଗାମୀ ଦିନରେ ବହୁ ଭଲ ଖେଳାଳି ସୃଷ୍ଟି ହୋଇ ପାରିବେ ବୋଲି ପଞ୍ଚାୟତ ବାସୀ ନିବେଦନ ପତ୍ର ଜରିଆରେ କ୍ରୀଡାମନ୍ତ୍ରୀଙ୍କୁ ଜଣାଇଛନ୍ତି ଓ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲା ପାଇଁ ଅନେକ କ୍ରୀଡ଼ା ପ୍ରକଳ୍ପ ଭେଟି ଦେଇଛନ୍ତି ଓ ଏହି ଦାବି ପୂରଣ ହେଲେ ବାଲେଶ୍ୱର ଜିଲା କ୍ରୀଡ଼ାକୁ ଏକ ସମ୍ମାନସ୍ପଦ ସ୍ଥାନରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ ହୋଇ ପାରିବ ବୋଲି ପଞ୍ଚାୟତ ବାସୀ କହିଛନ୍ତି ଓ ଜିଲା ତଥା ଅଞ୍ଚଳରେ କ୍ରୀଡ଼ା ଦ୍ୱାରା ଯୁବ ବର୍ଗଙ୍କ ବିକାଶ ପାଇଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଓ ସମାଜସେବୀ ଶାନ୍ତା ଦାସଙ୍କ ଏହି ସାଧୁ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର କ୍ରୀଡାବିତ, କ୍ରୀଡା ପ୍ରେମୀ ଓ ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି।

Comments are closed.