ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କ କରୋନା ରିପୋର୍ଟ ନେଗେଟିଭ୍; ବୈଷୟିକ ତ୍ରୁଟି ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିଲା

ଜୟପୁର: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ଜୟପୁର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ(ସିଏମ୍‌ଏଚ୍‌ଓ) ଡା.ନରୋତ୍ତମ ଶର୍ମା ପ୍ରକାଶ କରିଛନ୍ତି।

ଆଜି ସକାଳେ ତାଙ୍କର କୋଭିଡ୍‌ ଟେଷ୍ଟ୍ ରିପୋର୍ଟ ପିଜିଟିଭ୍‌ ଆସିଥିବା ସୂଚନା ଦିଆଯାଇଥିଲା। ଅପରାହ୍ଣରେ ପୁଣିଥିରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା ଏବଂ ସେଥିରେ ରିପୋର୍ଟ ନେଗେଟିଭ୍‌ ଆସିଥିବା କୁହାଯାଇଛି।

ଜୟପୁର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ(ସିଏମ୍‌ଏଚ୍‌ଓ) ଡା.ନରୋତ୍ତମ ଶର୍ମା କହିଛନ୍ତି ଯେ ଆର୍‌ଟିପିସିଆର୍‌ରେ ବୈଷୟିକ ତ୍ରୁଟି ‌ ଯୋଗୁ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କର ଦୁଇଥର କୋଭିଡ୍‌ ଟେଷ୍ଟ କରାଯାଇଥିଲା ଏବଂ ସେଥିରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ଗତକାଲି ମୁଖ୍ୟ ବିଚାରପତି ସ୍ବାଧୀନତା ଦିବସ ଉତ୍ସବରେ ଉପସ୍ଥିତ ଥିଲେ। କୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଇନଜୀବୀ ବରିଷ୍ଠ ଅଧିକାରୀଙ୍କ ସମତେ ୧୦୦ରୁ ଊର୍ଦ୍ଧ୍ବ ଉପସ୍ଥିତ ଥିଲେ।

Comments are closed.