ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଯୋଗାଣ ଅଧିକାରୀ ଶିବ ପ୍ରଦାସ ଦୋରା

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡିଛନ୍ତି କଳାହାଣ୍ଡି ଜିଲା ଯୋଗାଣ ଅଧିକାରୀ ଶିବ ପ୍ରଦାସ ଦୋରା। ବୁଧବାର ସନ୍ଧ୍ୟା ୫.୨୦ରେ ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ଦୋରା ନିଜ ସରକାରୀ କାର୍ୟ୍ୟାଳୟରୁ ନିଜ ସରକାରୀ ଗାଡିରେ ମୋଟାଅଙ୍କର ଟଙ୍କା ନେଇ ସ୍ଥାନୀୟ ହିଲ ଟାଉନରେ ରହୁଥିବା ଭଡାଘରକୁ ଯାଉଥିବା ସଂର୍ମ୍ପକରେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ବିଶେଷସୂତ୍ରରୁ ଖବର ପାଇଁ ଥିଲେ। ଏହା ପରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଅଚାନକ ଭାବେ ହିଲ ଟାଉନ ନିକଟରେ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଉକ୍ତ ଗାଡିରୁ ୧ଲକ୍ଷ ୧୦ ହଜାର ଟଙ୍କା ପାଇଥିଲେ। ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ଦୋରା ଏତେ ପରିମାଣର ଅର୍ଥ କଣ ପାଇଁ ଏବଂ କେଉଁଠୁ ଆଣିଲେ ତାହା ଭିଜିଲାନ୍ସ ପଚାରିଥିଲେ ମଧ୍ୟ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଯୋଗାଣ ବିଭାଗ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନପାଇ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।

Comments are closed.