ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନିକ ଶିକ୍ଷାନବୀଶଙ୍କୁ ପରାମର୍ଶ, ଆମକୁ ‘ସରକାର’ରୁ ‘ଶାସନ’ ଆଡକୁ ଅଗ୍ରସର ହେବାକୁ ପଡିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶିକ୍ଷଣ ନେଉଥିବା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେମାନଙ୍କ ପ୍ରତ୍ୟେକ ନିଷ୍ପତ୍ତି ସାଧାରଣ ଲୋକଙ୍କ ହିତ ସାଧନ କରୁଥିବା ଆବଶ୍ୟକ। ଷ୍ଟାଚ୍ୟୁ ଅଫ ୟୂନିଟିରୁ ଭିଡିଓ କନଫରେନସିଂ ମାଧ୍ୟମରେ ‘ଆରମ୍ଭ-୨୦୨୦’ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ସଦାସର୍ବଦା ଲୋକମାନଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଲୌହ ମାନବ ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଯେ ଦେଶର ନାଗରିକଙ୍କ ସେବା କରିବା ବର୍ତ୍ତମାନ ତୁମର ସର୍ବୋଚ୍ଚ କର୍ତ୍ତବ୍ୟ ହେବା ଉଚିତ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଶାସନିକ କର୍ମଚାରୀ ଯାହା ବି ନିଷ୍ପତ୍ତି ନିଅନ୍ତୁ ତାହା ଦେଶର ଏକତା ଅଖଣ୍ଡତାକୁ ଦୃଢ କରିବା ଉଚିତ୍। ସେ କହିଛନ୍ତି, ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରୁଥିବା ଅଞ୍ଚଳ ଛୋଟ ହୋଇପାରେ, ସେ ପରିଚାଳନା କରୁଥିବା ବିଭାଗ ଛୋଟ ହୋଇପାରେ, କିନ୍ତୁ ନିଷ୍ପତ୍ତି ସର୍ବଦା ଲୋକମାନଙ୍କର ହିତ ସାଧନ କରୁଥିବା ଆବଶ୍ୟକ।

ସେ କହିଛନ୍ତି ଯେ କେବଳ ମୂଳପିଣ୍ଡ ହେବା କିମ୍ବା ଚାଲୁଥିବା ବ୍ୟବସ୍ଥାକୁ ପରିଚାଳନା କରିବା ଦାୟିତ୍ୱ ହେବା ଉଚିତ ନୁହେଁ। ବଡ଼ ସଙ୍କଟ ଆସୁ କି ପରିବର୍ତ୍ତନ ଆସୁ, ଏକ ଦୃଢ ଶକ୍ତି ଭାବରେ ଦେଶକୁ ଅଗ୍ରଗତି କରିବାରେ ସହଯୋଗ କରିବା ଆମ ଦାୟିତ୍ୱ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ନୂତନ ପରିବର୍ତ୍ତନ ପାଇଁ, ନୂତନ ଲକ୍ଷ୍ୟ ହାସଲ ପାଇଁ, ନୂତନ ମାର୍ଗ ଏବଂ ନୂତନ ଉପାୟ ଅବଲମ୍ବନ କରିବା କ୍ଷେତ୍ରରେ ପ୍ରଶିକ୍ଷଣର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ପ୍ରଶିକ୍ଷଣରେ କିଭଳି ଆଧୁନିକ ଆଭିମୁଖ୍ୟ ଆସିପାରିବ ସେ ବିଷୟରେ ପୂର୍ବରୁ ଅଧିକ ଚିନ୍ତା କରାଯାଇନଥିଲା, କିନ୍ତୁ ବର୍ତ୍ତମାନ ଦେଶରେ ମାନବ ସମ୍ବଳର ଆଧୁନିକ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଗତ ୨-୩ ବର୍ଷ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି, ଏହି ‘ଆରମ୍ଭ’ କେବଳ ଆରମ୍ଭ ନୁହେଁ, ଏହା ମଧ୍ୟ ଏକ ପ୍ରତୀକ ଓ ଏକ ନୂତନ ପରମ୍ପରା।

ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ‘ମିଶନ କର୍ମାଗୋଗୀ’ ଅଭିଯାନ ଉପରେ ଆଲୋଚନା କରି କହିଛନ୍ତି ଯେ ଦକ୍ଷତା ବିକାଶ ଦିଗରେ ଏହାର ଏକ ନୂତନ ପରୀକ୍ଷଣ। ସେ କହିଛନ୍ତି ଯେ ସରକାର ଉପର ସ୍ଥରରୁ କାର୍ଯ୍ୟ କରେନାହିଁ ବରଂ ଯେଉଁମାନଙ୍କ ପାଇଁ ଯୋଜନାର ଆବଶ୍ୟକତା ରହିଛି ସେମାନଙ୍କ ଠାରୁ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ।

ଶ୍ରୀ ମୋଦୀ କହିଛନ୍ତି, ଜନସାଧାରଣ କେବଳ ସରକାରୀ ନୀତି ଓ ଯୋଜନା ଗ୍ରହଣ କରନ୍ତି ନାହିଁ ବରଂ ସେମାନେ ହେଉଛନ୍ତି ପ୍ରକୃତ ଶକ୍ତି। ସେଥିପାଇଁ ଆମକୁ ‘ସରକାର’ରୁ ‘ଶାସନ’ ଆଡକୁ ଅଗ୍ରସର ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଶାସନିକ ଶିକ୍ଷାନବୀଶମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି ଯେ, ଆଜି ଯେଉଁ ପ୍ରକ୍ରିୟାରେ ଦେଶ କାର୍ଯ୍ୟ କରୁଛି, ସେଠାରେ ଅମଲାତନ୍ତ୍ରର ଭୂମିକା ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ। ନାଗରିକଙ୍କ ଜୀବନରେ ହସ୍ତକ୍ଷେପ ହ୍ରାସ କରି କିଭଳି ସେମାନଙ୍କୁ ସଶକ୍ତ କରାଯାଇ ପାରିବ ତାହା ଅମଲାତନ୍ତ୍ରର ସର୍ବୋତ୍ତମ ଭୂମିକା ହେବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଛନ୍ତି।

Comments are closed.