ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ସଫଳ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଭୁବନେଶ୍ୱର :ଆଜି ୨୦୧୯ ମସିହା ପାଇଁ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି । ଏଥିରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ସଫଳ ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ତୃଣମୂଳସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସେମାନେ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବେ ବୋଲି ଆଶା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଜ୍ଜ୍ୱଳ ବୃତ୍ତିଗତ ଜୀବନ କାମନା କରିଛନ୍ତି ।

Comments are closed.