ନାଗରିକତା ଆଇନକୁ ନେଇ କଂଗ୍ରେସକୁ ଅଙ୍ଗୁଳି ନିର୍ଦ୍ଦେଶ କଲା ବିଜେପି : ଜାରୀ କଲା ମନମୋହନଙ୍କ ପୁରୁଣା ଭିଡ଼ିଓ

ନୂଆଦିଲ୍ଲୀ : ନାଗରିକତା ଆଇନକୁ ନେଇ କଂଗ୍ରେସକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଭାରତୀୟ ଜନତା ପାର୍ଟି(ବିଜେପି) ଟ୍ବିଟରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୧୬ବର୍ଷ ତଳର ଏକ ପୁରୁଣା ଭିଡିଓ ଶେୟାର କରିଛି। ୧୬ ବର୍ଷ ତଳେ ୨୦୦୩ ଡିସେମ୍ବର ୧୮ରେ ମନମୋହନ ସିଂ ରାଜ୍ୟ ସଭାରେ ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାଣୀଙ୍କୁ ବାଂଲାଦେଶରୁ ନିର୍ୟାତିତ ହୋଇ ଭାରତକୁ ଆସିଥିବା ଅଳ୍ପସଂଖ୍ୟକ ଶରଣାର୍ଥୀଙ୍କ ଥଇଥାନ ଏବଂ ଭାରତୀୟ ନାଗରିକତା ପ୍ରଦାନ ଉପରେ ପ୍ରଶ୍ନ କରିଥିଲେ। ଏହା ଭାରତ ସରକାରଙ୍କ ନୈତିକ ଦାୟିତ୍ୱ ବୋଲି ମଧ୍ୟ ମନମୋହନ କହିଥିଲେ। ଏହି ପ୍ରସ୍ତାବରେ ସହମତ ଥିବା ଆଡଭାଣୀ କହିଥିଲେ।

Comments are closed.