ଫାଟକ ଷ୍ଟେସନରେ ନାଗରିକ କମିଟିର ସଭା

0

ସମ୍ବଲପୁର : ସମ୍ବଲପୁରର ଅନ୍ୟତମ ପୁରୁଣା ରେଳ ଷ୍ଟେସନ ଠାରେ ସମ୍ବଲପୁର ନାଗରିକ କମିଟି ତରଫରୁ ଏକ ସଭା ଆୟୋଜିତ ହୋଇଯାଇଛି। ବୁଧବାର ସନ୍ଧ୍ୟା ସମୟରେ ଆୟୋଜିତ ଏହି ସଭାରେ ସମ୍ବଲପୁର ରୋଡ (ଫାଟକ) ଷ୍ଟେସନ ଠାରେ ଟ୍ରେନ ଗୁଡିକର ରହଣି ନ ହେବା ସହିତ ଷ୍ଟେସନକୁ ବନ୍ଦ କରିବାର ଯୋଜନାକୁ ଦୃଢ଼ ବିରୋଧ କରାଯାଇଛି। ଏହି ଷ୍ଟେସନଟି ୧୮୯୫ରୁ ଚାଲୁ ରହିଥିବା ବେଳେ ସ୍ୱାଧିନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ ମଧ୍ୟ ଏହି ଷ୍ଟେସନରେ ଓହ୍ଲାଇ ସମ୍ବଲପୁର ସମେତ ଆଖପାଖ ଅଞ୍ଚଳରେ ସଭା କରିଥିଲେ। ଷ୍ଟେସନଟି ପଶ୍ଚିମ ଓଡିଶା ସ୍ୱନାମଧନ୍ୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟ, ବସ ଷ୍ଟାଣ୍ଡ ଆଦିର ସମେତ ସହରର କେନ୍ଦ୍ରସ୍ଥଳୀରେ ରହିଛି। ଯାହା ଦ୍ୱାରା ଅନେକ ଦିନ ମଜୁରିଆ ନିୟମିତ ରୋଜଗାର ପାଉଥିବା ବେଳେ ଏହାର ଅବସ୍ଥିତି ଯୋଗୁଁ ଲୋକେ ନିଜକୁ ନିରାପଦ ମଧ୍ୟ ମଣି ଥାନ୍ତି। ଏଣୁ ଏଭଳି ଏକ ଐତିହ୍ୟ ସମ୍ପନ୍ନ ରେଳ ଷ୍ଟେସନକୁ ହେରିଟେଜ ଷ୍ଟେସନ ଭାବରେ ବିକଶିତ କରିବା ବଦଳରେ ଦିନକୁ ଦିନ ଏହି ଷ୍ଟେସନରେ ଟ୍ରେନ ରହଣିକୁ କମ କରିବା ସହିତ ଏହାକୁ ବନ୍ଦ କରିବା ପାଇଁ ଯୋଜନା ଦୁର୍ଭାଗ୍ୟଜନକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ବିଗତ ଦିନରେ ମଧ୍ୟ ଏହି ଷ୍ଟେସନକୁ ବନ୍ଦ କରିବାର ଯୋଜନା କରାଯାଇଥିବା ବେଳେ ସେ ସମୟରେ ଏହାକୁ ତୀବ୍ର ବିରୋଧ କରାଯିବାରୁ ସେ ସମୟରେ ତାହା ବନ୍ଦ ହୋଇ ଯାଇଥିଲା। ଏଣୁ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷ ଏହି ଐତିହାସିକ ଘଟଣାବଳୀର ସାକ୍ଷୀ ରେଳ ଷ୍ଟେସନକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିବା ସହିତ ଏହାର ଉନ୍ନତି କରିବା ପାଇଁ ସଭାରେ ଦାବି କରାଯାଇଛି। ଏହା ସହିତ ଆଗାମୀ ଦିନରେ ରେଳବାଇ କର୍ତ୍ତୃପକ୍ଷଙ୍କୁ କମିଟିର ସଦସ୍ୟ ମାନେ ସାକ୍ଷାତକାର କରି ଦାବି ଉପସ୍ଥାପନ କରିବେ ବୋଲି ସମସ୍ତେ ଏକମତ ହୋଇଥିଲେ। ଏହା ସତ୍ୱେ ଯଦି ଦାବି ପୂରଣ ନ ହୁଏ ତାହା ହେଲେ କମିଟି ଆନ୍ଦୋଳାନାତ୍ମକ ପନ୍ତା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ସୁରେଶ୍ୱର ମିଶ୍ର, ଗୌରି ଶଙ୍କର ଦାଶ, ନବୀନ ଶତପଥି, ପ୍ରଦୀପ ବହିଦାର, ସତ୍ୟ ନାରାୟଣ ପଣ୍ଡା, ଦିଲ୍ଲୀପ ଶତପଥି, ମନୋରଞ୍ଜନ ଦାଶ, ଭୁପେନ ସାହୁ, ସଞ୍ଜୀବ ପରିଡା, ପ୍ରଣବ ଶତ୍ରୁଶଲ୍ୟ ଙ୍କ ସମେତ ଶତାଧିକ ବ୍ୟକ୍ତି ବୈଠକରେ ସାମିଲ ହୋଇଥିଲେ।

Share on email. generic cialis Tomas Thorne October 21, As such, we can definitively tell you who will give you the fastest Modafinil order shipping.

Leave A Reply