ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ ଦଶମ ପରୀକ୍ଷା; ଜୁଲାଇରେ ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ: କାଉନସିଲ୍‌ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସସିଇ) ପକ୍ଷରୁ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜେୁକେଶନ) ଏବଂ ଆଇଏସସି (ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୮ରୁ ଦ୍ବାଦଶ ଏବଂ ମେ ୫ରୁ ଦଶମ ବୋର୍ଡ ପରୀକ୍ଷା ଆୟୋଜିତ ହେବ।

ତେବେ ସିଆଇଏସସିଇ ତରଫରୁ ୧୦ମ ଏବଂ ଦ୍ବାଦଶ ପରୀକ୍ଷା ଫଳ ଜୁଲାଇ ମାସରେ ଘୋଷଣା କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ସିଆଇଏସସିଇ ପକ୍ଷରୁ ଜାରି ହୋଇଥିବା ସୂଚୀ ଅନୁସାରେ, ଅଧିକାଂଶ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ। କିଛି ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆୟୋଜିତ ହେବ। ସୂଚନାଯୋଗ୍ୟ, ଗତବର୍ଷ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷାଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା। ଇଣ୍ଟରନାଲ ପରୀକ୍ଷା ଆଧାରରେ ମୁଖ୍ୟ ପରୀକ୍ଷାର ଫଳାଫଳ ମୂଲ୍ୟାୟନ କରାଯାଇଥିଲା।

Comments are closed.