୭ରେ ଆଇସିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ : କାଉନ୍‌ସିଲ ଫର ଇଣ୍ଡିଆନ୍‌ ସ୍କୁଲ ସିର୍ଟିଫିକେଟ ଏକ୍ସାମିନେସନ୍‌ (ଆଇସିଏସ୍‌ଇ) ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ସେଦିନ ଅପରାହ୍ଣ ୩ଟାରେ ଏହା କାଉନସିଲ୍‌ର ‘କ୍ୟାରିୟର୍ସ’ ପୋର୍ଟାଲ ଓ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଏତଦ୍‌ବ୍ୟତୀତ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ଫଳାଫଳ ପଠାଯିବା ବ୍ୟବସ୍ଥା ହୋଇଥିବା କାଉନ୍‌ସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରି ଅରାଥୁନ୍‌ କହିଛନ୍ତି। ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୨ ଓ ଆଇଏସ୍‌ସି ଦ୍ବାଦଶ ଶ୍ରେଣୀ ପରୀକ୍ଷା ସେହି ମାସ ୪ରେ ସର୍ବଭାରତୀୟସ୍ତରରେ ହୋଇଥିଲା।

Comments are closed.