ଡ଼ାଲଚିନିର ଔଷଧୀୟ ଗୁଣ

ଭାରତୀୟ ମସଲା ମାନଙ୍କରେ ବହୁ ପ୍ରକାର ଔଷଧୀୟ ଗୁଣ ରହିଛି। ବିଭିନ୍ନ ପ୍ରକାରର ମସଲାକୁ ବ୍ୟବହାର କରି ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମସଲାକୁ ବ୍ୟବହାର କରି ମୁଣ୍ଡ ବ୍ୟଥା, ମାଇଗ୍ରେନ ଯନ୍ତ୍ରଣାକୁ ଦୂର କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଜାଣନ୍ତୁ ଏହି ମସଲା ବିଷୟରେ….
ଡ଼ାଲଚିନିର ଔଷଧୀୟ ଗୁଣ –
ଡ଼ାଲଚିନିର ସେବନ କରିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ। ମଧୁମେହ, କୋଲେଷ୍ଟ୍ରୋଲ, ମୁହଁର ର୍ଦୁଗନ୍ଧ, ମାଇଗ୍ରେନର ଯନ୍ତ୍ରଣାକୁ ଦୂର କରିଥାଏ।
ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡ଼ାଲଚିନିକୁ ଗୁଣ୍ଡ କରି ଏହାର ଲେପକୁ ମଥାରେ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ହାଲକା ଉଷୁମ ପାଣିରେ ମଥାକୁ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ନିୟମିତ କରିବା ଦ୍ୱାରା ମାଇଗ୍ରେନରୁ ମୁକ୍ତି ମିଳିଥାଏ। ଏହାସହ ଡ଼ାଲଚିନି ଗୁଣ୍ଡକୁ ଖାଇ ପାଣି ପିଇବା ଦ୍ୱାରା ମଧ୍ୟ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

Comments are closed.