ଖୁବ୍‍ ଶୀଘ୍ର ସିନେ ପରଦାରେ ତେଜପ୍ରତାପ୍‍

0

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି(ଏଲଜିପି) ମୁଖିଆ ରାମବିଳାଶ ପାଶୱାନଙ୍କ ଘରୁ ବଲିଉଡ଼ ଜ୍ୱର ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଡ଼େଇଛି। ଲାଲୁଙ୍କ ବଡ଼ ପୁଅ ତଥା ବିହାରର ପ୍ରାକ୍ତନ ମନ୍ତ୍ରୀ ତେଜପ୍ରତାପ ଯାଦବ ଖୁବ୍‍ ଶୀଘ୍ର ଏକ ହିନ୍ଦୀ ସିନେମାରେ ଦୃଶ୍ୟମାନ ହେବେ। ଏହି ସିନେମାର ପୋଷ୍ଟରକୁ ତେଜପ୍ରତାପ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଲଜିପି ମୁଖ୍ୟ ରାମବିଳାଶଙ୍କ ପୁଅ ଚିରାଗ ପାଶୱାନ ମଧ୍ୟ ବଲିଉଡ଼ ସିନେମା ମାଧ୍ୟମରେ ଲୋକଲୋଚନକୁ ଆସିଥିଲେ। ହେଲେ ତାଙ୍କର ଏହି ସିନେମା ସଫଳ ନ ହେବାରୁ ପରେ ଚିରାଗ ପିତାଙ୍କ ପଥାଙ୍କ ଧରି ରାଜନୀତିରେ ପ୍ରବେଶ କରିଥିଲେ।
ବିଗତ ଦିନରେ ତେଜପ୍ରତାପ ମୁମ୍ବଇ ଯାଇଥିଲେ। ସେଠାରେ ସେ ଶତ୍ରୁଘ୍ନ ଶିହ୍ନାଙ୍କ ଘରେ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଏହି ସାକ୍ଷାତକାରକୁ ନେଇ ଗଣମାଧ୍ୟମରେ ନାନା କଥା ଆଲୋଚନା ହେଉଥିଲେ ମଧ୍ୟ ବର୍ତ୍ତମାନର ପୋଷ୍ଟର ଜାରି ହେବା ପରେ ଏହି ଆଶଙ୍କା ସ୍ପଷ୍ଟ ହୋଇଛି। ତେଜପ୍ରତାପ ସିନେମା ନିର୍ମାଣ କରିବା ଅଭିପ୍ରାୟରେ ଶତ୍ରୁଘ୍ନଙ୍କ ଦ୍ୱାରାସ୍ତ ହୋଇଥିଲେ। ତେଜପ୍ରତାପଙ୍କ ଅଭିନୟ ପ୍ରତି ବେଶ୍‍ ଋଚି ରହିଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ତେଜପ୍ରତାପ କୃଷ୍ନଙ୍କ ଭୂମିକାରେ ଏକ ଫଟୋ ସୋସିଆଲ ସାଇଟରେ ପ୍ରକାଶିତ ହୋଇଛି। ବିହାରର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ମଧ୍ୟ ତେଜପ୍ରତାପ ନାଲନ୍ଦାରେ ନିର୍ମିତ ହେଉଥିବା ଏକ ସିନେମା ସୁଟିଂରେ ଭାଗ ନେଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଉକ୍ତ ସିନେମା କୁଆଡ଼େ ଗଲା ଏ ସମ୍ପର୍କରେ କୌଣସି ଖବର ନାହିଁ।

Leave A Reply