ସିନେ ସମୀକ୍ଷକ ରଣଧୀର ଦାସଙ୍କ ପରଲୋକ

କଟକ: ବିଶିଷ୍ଟ ସିନେ ସମୀକ୍ଷକ, ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କର ପରଲୋକ ଘଟିଛି। କଟକ ଡଗରପଡାସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ।

ରଣଧୀର ଦାସ ୧୯୩୮ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। କଟକ ଡଗରପଡାସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି।

ରଣଧୀର ଦାସ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ଜୀବନ ରଙ୍ଗ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦକ ସହ ଏକାଧାରରେ ଜଣେ ଔପନ୍ୟାସିକ ଓ ଲେଖକ ଥିଲେ। କାଦମ୍ବିନୀ, ଚିତ୍ରପୁରୀ ସମ୍ମାନ ଓ ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Comments are closed.