ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ ଘଟଣା,ମୋ ଝିଅ ନାବାଳିକା ନୁହେଁ: ନବ ଦାସ

ଭୁବନେଶ୍ଵର: ହୀରାକୁଦ ନିଷିଦ୍ଧାଞ୍ଚଳରେ ଭିଡିଓ ଭିଡିଓ ପ୍ରସ୍ତୁତ କରି  ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଆଉ  ନିୟମ ଉଲ୍ଲଂଘନ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଏବଂ ୩ ଜଣ ଅଭିନେତ୍ରୀ। ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିଷିଦ୍ଧାଞ୍ଚଳକୁ ଯିବାକୁ ସେମାନଙ୍କୁ କିଏ ଅନୁମତି ଦେଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଥିଲା। ଏ ଘଟଣାକୁ ନେଇ ହୀରାକୁଦ ଏସଡିପିଓଙ୍କୁ ଜବାବତଲବ  କରିବା ସହ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ସମ୍ବଲପୁର ଏସପି ନିର୍ଦେଶ ଦେଇଥିଲେ। ଘଟଣାକୁ ନେଇ ମନ୍ତ୍ରୀ ନବ ଦାସଙ୍କୁ ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ  ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ‘ମୋ ଝିଅ ନାବାଳିକା ନୁହେଁ ଏଣୁ ଘଟଣା ସମ୍ପର୍କରେ ତାକୁ ପଚରାଗଲେ ଉଚିତ ହେବ। ମୁଁ ଏ ଭିଡିଓ ବାବଦରେ କିଛି ଜାଣିନି,ଯିଏ ଭିଡିଓ କରିଛି ତାଙ୍କୁ ପଚାରନ୍ତୁ। ଆଇନ ତା ବାଟରେ ଯିବ। ଆଇନ ଅନୁଯାଇ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ। ମୁଁ ଏ ବିଷୟରେ ଅଧିକ କିଛି କହିପାରିବି ନାହିଁ।’

ଅନ୍ୟପଟେ ଭିଡିଓ ସୁଟିଂ କରିଥିବା ଏବଂ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଅଭିନେତ୍ରୀ ପକୃତି ମିଶ୍ର ଏନେଇ ଗଣମାଧ୍ୟମରେ କ୍ଷମା ମାଗିବା ସହ କହିଥିଲେ ‘ ସେ ସ୍ଥାନ ନିଷିଦ୍ଧାଞ୍ଚଳ ବୋଲି ଜାଣି ନଥିଲି। ଆମେ ଛୋଟ ପିଲା। ଆଉ ଏପରି ଭୁଲ୍ ହେବ ନାହିଁ।’

ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ କିଛି ଫଟୋ ଭାଇରାଲ ହୋଇଛି। ଭିଡିଓରେ ଓଲିଉଡ୍‌ ଜଗତର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ଲୋଭିନା ନାୟକ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲୀ ଦାସ ରହିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ସାଧାଣଣରେ ପ୍ରତିକ୍ରିୟା ପ୍ରକାଶ ସହ ନିଷିଦ୍ଧାଞ୍ଚଳକୁ ଯିବାକୁ ସେମାନଙ୍କୁ କିଏ ଅନୁମତି ଦେଲା ଏହା ଏବଂ ହୀରାକୁଦର ସୁରକ୍ଷାରେ ଏପରି ଢିଲା କିପରି ହେଲା ତାହାକୁ ନେଇ ପ୍ରଶ୍ବବାଚୀ ସୃଷ୍ଟି ହୋଇଥିଲା।

Comments are closed.