ବନ୍ଦ ହେବ ‘ସିଆଇଡି’

0

ମୁମ୍ବଇ : ଭାରତରେ ସବୁଠାରୁ ଦୀର୍ଘଦିନ ଧରି ପ୍ରଚଳିତ ଲୋକପ୍ରିୟ ଧାରାବାହିକ ‘ସିଆଇଡି’ ବନ୍ଦ ହେବାକୁ ଯାଉଛି। ୨୧ ବର୍ଷ ଧରି ଚାଲିଆସୁଥିବା ଏହି ଧାରାବାହିକ ବନ୍ଦ ଖବର ସମସ୍ତ ‘ସିଆଇଡି’ ଦର୍ଶକ ପ୍ରେମୀଙ୍କୁ ବଡ ଝଟକା ଦେଇଛି। ଏହାର ବନ୍ଦକୁ ନେଇ ମୁଖ୍ୟ କଳାକାର ଶିବାଜି ସାଟମଙ୍କ ମନ ଦୁଃଖ ହୋଇଥିବା ସେ କହିଛନ୍ତି। ଧାରାବାହିକ ନିର୍ମାତା ମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏଥିରେ କଳାକାରଙ୍କ କୌଣସି ଭୂମିକା ନଥିବା ଶିବାଜି କହିଛନ୍ତି। ଧାରାବାହିକ ଆରମ୍ଭରୁ ହିଁ ଶିବାଜି ଏଥିରେ ଅଭିନୟ କରିଆସିଛନ୍ତି। ଧାରାବାହିକ ମଧ୍ୟରେ ଛାଡିଦେବା ପରେ ପୁଣିଥରେ ଶିବାଜି ଏଥିରେ ଅଭିନୟ କରିଥିଲେ। ଧାରାବାହିକରେ ଏସିପି ଦୟା ଭୂମିକାରେ ଅଭିନୟ କରୁୁଥିବା ଅଭିନେତା ଦୟାନନ୍ଦ ସେଠୀଙ୍କ କହିବା ଅନୁସାରେ, ଧାରାବାହିକର ନିର୍ଦ୍ଦେଶକ ବି.ପି.ସିଂହ ଥରେ ଫୋନକରି ଏହାକୁ ବନ୍ଦ କରିବାକୁ କହିଥିଲେ। ଅକ୍ଟୋବର ୨୭ ତାରିଖରେ ଏହାର ଶେଷ ଏପିସୋଡ ପ୍ରସାରଣ କରାଯିବ। ୧୯୯୮ରେ ଏହି ଧାରାବାହିକ ସୋନି ଚ୍ୟାନେଲରେ ପ୍ରସାରିତ କରିଆସୁଛି।
ସୂଚନାଯୋଗ୍ୟ ଯେ, ‘ସିଆଇଡି’ ବନ୍ଦ ହୋଇଯାଇଥିଲା। ତେବେ ଦର୍ଶକ ମାନଙ୍କ ଦାବି ଯୋଗୁ ଏହା ପୁନଃ ପ୍ରସାରଣ କରାଯାଇଥିଲା।

Leave A Reply