କଲ୍‍ ସେଣ୍ଟର ମାଧ୍ୟମରେ ଠକେଇ କରୁଥିବା ୩୭ ଲୋକ ଗିରଫ

ଗୁଆହାଟି : ଆସାମର ରାଜଧାନୀ ଗୁଆହାଟିରେ ବେଆଇନ ଭାବେ ଚାଲୁଥିବା ଅଭେଣିର ପ୍ରାଇଭେଟ ଲିମିଟେଡ ନାମକ କଲ ସେଣ୍ଟର ଉପରେ ବୁଧବାର ସିଆଇଡିର ଏକ ଦଳ ଚଢଉ କରି ୩୭ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କ ମଧ୍ୟରେ କଲ ସେଣ୍ଟରର ପରିଚାଳକ ଅଛନ୍ତି।
ଏହି କଲ୍‍ ସେଣ୍ଟର ମାଧ୍ୟମରେ ଆମେରିକାରେ ରହୁଥିବା ଲୋକଙ୍କ ନିକଟରୁ ପ୍ରାୟ ପ୍ରତି ମାସ ୫୦ ଲକ୍ଷ ଟଙ୍କା ଠକାଯାଉଥିଲା। କଲ ସେଣ୍ଟରରୁ ଜବତ କମ୍ପ୍ୟୁଟରରୁ ପ୍ରାୟ ୭ ଲକ୍ଷ ଆମେରିକା ଲୋକଙ୍କ ତଥ୍ୟ ମିଳିଛି। ଏହି କଲ୍‍ ସେଣ୍ଟରକୁ ରାଜେଶ ଖାନ ନାମକ ଜଣେ ବ୍ୟକ୍ତି ସଂଚାଳନ କରୁଥିଲେ। ସେଠାରୁ ୨୨ଟି କମ୍ପ୍ୟୁଟର, ୪୦ଟି ସିପିୟୁ, ୨ଟି ପେନ୍‍ ଡ୍ରାଇଭ, ଏକ ଲାପଟପ, ୩୨ଟି ମୋବାଇଲ ଫୋନ, କମ୍ପାନୀର ଏକ ଡାଇରୀ ଜବତ କରାଯାଇଛି।

Comments are closed.