କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟ ସିଲ୍‌ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ କାର୍ଯ୍ୟାଳୟକୁ ବିଏମସି ସିଲ୍‌ କରିଦେଇଛି। ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯିବା ସହିତ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି। ସବୁ କର୍ମଚାରୀଙ୍କ ସ୍ବାବ ନମୁନା ସଂଗ୍ରହ କରାଯିବ ବୋଲି ବିଏମସି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.