ରାଜସ୍ଥାନୀ ଚୁର୍‍ମା

0

ଆବଶ୍ୟକ ସାମଗ୍ରୀ
ଅଟା – ୩ କପ
ଘିଅ – ଆବଶ୍ୟକ ଅନୁଯାୟୀ
ଲୁଣ – ସାମାନ୍ୟ
ଗୁଜୁରାତି ଗୁଣ୍ଡ – ୧ ଚାମଚ
କାଜୁ , ପେସ୍ତା ବାଦାମ – ଅଳ୍ପ
ଚିନି – ୧ କପ ପେଷା (ଗ୍ରାଇଣ୍ଡିଙ୍ଗ ) ହୋଇଥିବା
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା ସେଥିରେ ୩ ଚାମଚ ଘିଅ ମିଶାଇ ପାଣି ଦେଇ ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟାକୁ ୨୦ମିନିଟ ରଖନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ ଓ ପ୍ରସ୍ତୁତ କରି ରଖିଥିବା ଚକଟାକୁ ଗୋଲ ଗୋଲ ଗୁଳା କରି ଆଙ୍ଗୁଠି ସାହାଯ୍ୟରେ ଚେପଟା କରି ଘିଅରେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ଡ଼ବାରେ ରଖି ୧୦ରୁ ୧୨ ଦିନ ଫ୍ରିଜରେ ରଖନ୍ତୁ। ୧୨ ଦିନ ପରେ ଏହାକୁ ଫ୍ରିଜରୁ କାଢି ଛୋଟ ଛୋଟ ଖଣ୍ଡ କରି ପେଷି (ଗ୍ରାଇଣ୍ଡିଙ୍ଗ )କରି ଦିଅନ୍ତୁ। ଗ୍ରାଇଣ୍ଡିଙ୍ଗ କରିବା ପରେ ଏକ ପାତ୍ରକୁ କାଢି ଏହା ଉପରେ ଚିନି, ଗୁଜୁରାତି ଗୁଣ୍ଡ, କାଜୁ ,ପେସ୍ତା ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାଜସ୍ଥାନୀ ଚୁର୍‍ମା ।

Comments
Loading...