ଝାଡ଼ଖଣ୍ଡ: ଖ୍ରୀଷ୍ଟିଆନ ସ୍କୁଲରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ୧୭ ଛାତ୍ର ନିଲମ୍ବିତ

ଜାମଶେଦପୁର : ଝାଡ଼ଖଣ୍ଡର ଜାମେଶଦପୁରରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ବିଷ୍ଣୁପୁରର ବେଲ୍ଡିହସ୍ଥିତ ଏକ ଖ୍ରୀଷ୍ଟିଆନ ସ୍କୁଲରେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା କେତେକ ଛାତ୍ରଙ୍କୁ ମହଙ୍ଗା ପଡିଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ୧୭ ଜଣ ଛାତ୍ରଙ୍କୁ ସ୍କୁଲରୁ ନିଲମ୍ବିତ କରିଛନ୍ତି।

ଖେଳ ସମୟରେ ହିନ୍ଦୁ ଛାତ୍ରମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଖ୍ରୀଷ୍ଟିଆନ ଲୋକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ମାମଲାରେ ଝାଡ଼ଖଣ୍ଡ ଛାତ୍ର ସଂଘ (ଜେଏସୟୁ) ନେତା ପପୁ ତିୱାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷା ପଦାଧିକାରୀ ଶିବେନ୍ଦ୍ର କୁମାର କହିଛନ୍ତି ଯେ ଆମକୁ ଏହାର ସୂଚନା ମିଳିଛି। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଅନୁସାରେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.