ଗୀର୍ଜାରେ ସ୍ୱୀକାରୋକ୍ତି ପ୍ରଥା ଉଚ୍ଛେଦ ପାଇଁ ମହିଳା ଆୟାଗଙ୍କ ପ୍ରସ୍ତାବ

0

ନୂଆଦିଲ୍ଲୀ : ଜାତୀୟ ମହିଳା ଆୟୋଗ (ଏନ୍‍ସିଡବ୍ଲ୍ୟୁ) ଗୀର୍ଜାରେ ଦୋଷ ସ୍ୱୀକାରୋକ୍ତି ପ୍ରଥାକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି। ତେବେ ଏହି ପ୍ରସ୍ତାବ ବିରୋଧରେ ଶୁକ୍ରବାର କେରଳ କ୍ୟାଥୋଲିକ୍‍ ବିସୋପ ସମ୍ମିଳନୀରେ ସ୍ୱର ଉତ୍ତୋଳନ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ ମହିଳା ଆୟୋଗର ପ୍ରସ୍ତାବକୁ ଖାରଜ କରିବା ପାଇଁ ଯୁକ୍ତି କରଯାଇଛି। କେରଳ କ୍ୟାଥୋଲିକ୍‍ ବିସୋପ ସମ୍ମିଳନୀ ମୁଖପାତ୍ର ଭାରଘିଜ୍‍ ଭାଲିକାଟ କହିଛନ୍ତି ଯେ ଏହା ହେଉଛି ସଂଖ୍ୟାଲଘୁଙ୍କ ଅସ୍ଥିତ୍ୱର ପ୍ରଶ୍ନ। କେଉଁ ଆଧାରରେ ଜାତୀୟ ମହିଳା ଆୟୋଗ ଏଭଳି ନିଷ୍ପତ୍ତି ନେଲେ ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି। ସ୍ୱୀକାରୋକ୍ତି ଖ୍ରୀଷ୍ଟିଆନ ଧର୍ମର ଏକ ବହୁ ପୁରୁଣା ପ୍ରଥା ଓ ପରମ୍ପରା। ଅନେକ ବ୍ୟକ୍ତି ନିଜ ଦୋଷ ସ୍ୱୀକାରୋକ୍ତି କରି ଆଧ୍ୟାତ୍ମିକ ଆଶ୍ୱସ୍ତି ଲାଭ କରିଥାନ୍ତି। ମହିଳା ଆୟୋଗ ମୁଖ୍ୟ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଗୀର୍ଜା ସହ କଥା ହେବା ଆବଶ୍ୟକ ଥିଲା।
ଉଲ୍ଲେଖ ଯେ ଜାତୀୟ ମହିଳା ଆୟେଗାର ଏକ କମିଟି କେରଳ ଗୀର୍ଜାରେ ହୋଇଥିବା ଦୁଇଟି ଯୌନ ଅତ୍ୟାଚାର ମାମଲାର ତଦନ୍ତ କରି ଗୁରୁବାର ନିଜ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟରେ ସରକାର ଗୀର୍ଜାରେ ସ୍ୱୀକାରୋକ୍ତି ପ୍ରଥାକୁ ଉଚ୍ଛେଦ କରିବା ଆବଶ୍ୟକ ବୋଲି ପ୍ରସ୍ତାବ ଦିଆଯାଇଥିଲା।

Leave A Reply