ଏସ୍ଏଚ୍‌ଜି ମହିଳାଙ୍କୁ ଛତୁ ଚାଷ ତାଲିମ୍

ଚୁଡାପାଲି : ବଲାଙ୍ଗିର ସଦର ବ୍ଲକ ଚୁଡାପାଲି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ  ଛତୁ ଚାଷକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ପାଖାପାଖି ୫୦ ଜଣ ମହିଳା ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ମହିଳାମାନେ ଆତ୍ମନିର୍ଭର ହେବା ପାଇଁ ସରଳ ଉପାୟରେ ଛତୁ ଚାଷ କିପରି କରି ଅର୍ଥ ରୋଜଗାର କରିପାରିବେ ସେ ସଂପର୍କରେ ଆଲୋଚନା, ପ୍ରଶିକ୍ଷଣ ଦିଆଯାଇଛି। ଏହି ଶିବିର ଆସନ୍ତା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବା ବୋଲି ଜଣାପଡିଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମଲ୍ଲିକ, ସଂଯୋଜକ ହେମକାନ୍ତ ଶତପଥୀ, ଡିଏସଟି ଅକ୍ଷୟକୁମାର ସ୍ୱାଇଁ ତଥା ଚୁଡାପାଲି ସରପଞ୍ଚ ଘାସିରାମ ବେହେରା ଉପସ୍ଥିତ ଥିଲେ।

Comments are closed.