ଆଜି +୨ କଳା ଓ ଧନ୍ଦାମୂଳକ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ। ଶନିବାର ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ‘www.orissaresults.nic.in’ ଲଗ୍‌ଇନ୍‌ କରି ପରୀକ୍ଷା ଫଳ ଦେଖିପାରିବେ। ଫଳ ପ୍ରକାଶ ହେବା ପରେ ଇ-ସ୍ପେସ୍‌ ଜରିଆରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଦ୍ୟାର୍ଥୀଙ୍କ ଫଳ ପଠାଯିବ। ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ୨ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ କଳା ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକ ପାଠ୍ୟକ୍ରମରେ ୭୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Comments are closed.