ସିଏଚ୍ଏସ୍ଇ +୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ସିଏଚ୍ଏସ୍ଇ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ ଜୁନ୍ ୬ରୁ ଆରମ୍ଭ ହେବ । ଅନଲାଇନ୍ ମାଧ୍ୟରେ ଆବେଦନର ଶେଷ ତାରିଖ ରହିଛି ଜୁନ୍ ୨୦ । ସେହିପରି ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସାଧାରଣ ବର୍ଗ ପାଇଁ ୩ଶହ ଟଙ୍କା ଏବଂ ସଂରକ୍ଷିତ ବର୍ଗ ପାଇଁ ୨ଶହ ଟଙ୍କା ଆବେଦନ ଫି ରହିଛି । ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁନ୍ ୨୬ରେ ପ୍ରକାଶ ପାଇବ । ଜୁନ୍ ୨୮ରୁ ଜୁଲାଇ ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ସେହିପରି ଦ୍ବିତୀୟ ପର୍ଯାୟ ମେରିଟ୍ ଲିଷ୍ଟ ଜୁଲାଇ ୮ରେ ପ୍ରକାଶ ପାଇବ । ଜୁଲାଇ ୯ରୁ ୧୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ ।

Comments are closed.