ଯୀଶୁଙ୍କ ମୁଖ ନିସୃତ ବାଣୀ

0

ଯୀଶୁଖ୍ରୀଷ୍ଟ ନିଜ ଜୀବନ ସାଧାରଣ ଲୋକଙ୍କ ମଧ୍ୟରେ ରହି ଅତି ସାଧାରଣ ଜୀବନ ବିତାଇଥିଲେ । ଏହା ସହ କାହାଣୀ ମାଧ୍ୟମରେ ଲୋକଙ୍କୁ ସଠିକ୍ ଦିଗରେ ଚାଲିବା ପାଇଁ ମଧ୍ୟ ମାର୍ଗ ଦର୍ଶନ କରାଇଛନ୍ତି। ଖ୍ରୀଷ୍ଟିୟାନ ଧର୍ମାଲମ୍ବୀଙ୍କ ମତ ଅନୁଯାୟୀ, ଇଶ୍ବର ବାର୍ତ୍ତାବହଙ୍କ ଦ୍ବାରା ସଂସାର ନିର୍ମାଣ କରିଛନ୍ତି ଏବଂ ସେମାନଙ୍କ ଦ୍ବାରା ହିଁ ସଠିକ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଖ୍ରୀଷ୍ଟିୟାନ ଧର୍ମାଲମ୍ବୀମାନେ ଯୀଶୁଙ୍କୁ ଇଶ୍ବରଙ୍କ ରୂପ ଭାବେ ଗ୍ରହଣ କରିଛନ୍ତି । ସାଧାରଣ ଲୋକଙ୍କୁ ସଠିକ୍ ଦିଗ ଦେଖାଇବା ପାଇଁ ଯୀଶୁ ଧରାପୃଷ୍ଠରେ ଅବତରଣ କରିଥିଲେ ବୋଲି ଖ୍ରୀଷ୍ଟିୟାନ ଧର୍ମାଲମ୍ବୀଙ୍କ ବିଶ୍ବାସ ରହିଛି । ଯୀଶୁଙ୍କ ମୁଖ ନିସୃତ ୧୦ଟି ବାଣୀ ଯାହା ଆପଣଙ୍କ ଜୀବନକୁ ଉତ୍ତମ ଭାବେ ଗଢି ତୋଳିବ ।

ଯୀଶୁଙ୍କ ମୁଖ ନିସୃତ ୧୦ଟି ବାଣୀ

୧. କେବେ ଅନ୍ୟକୁ କ୍ଷତି ପହଞ୍ଚାନ୍ତୁ ନାହିଁ । ଯେଉଁମାନେ ଅନ୍ୟକୁ କ୍ଷତି ପହଞ୍ଚାଇଥାନ୍ତି, ସେମାନଙ୍କୁ ନର୍କରେ ଦଣ୍ଡ ମିଳିଥାଏ ।

୨. ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ । କାରଣ ଯେଉଁମାନେ ଅନ୍ୟର ଅମଙ୍ଗଳ ଚିନ୍ତା କରନ୍ତି, ସେମାନେ ନର୍କରେ ନିଆଁରେ ଜଳନ୍ତି ।

୩. ମହିଳାଙ୍କୁ ଖରାପ ନଜରରେ ଦେଖୁଥିବା ବ୍ୟକ୍ତି ଇଶ୍ବରଙ୍କ ଦରବାରରେ ଦଣ୍ଡ ପାଇବାର ହକଦାର ହୋଇଥାଏ ।

୪. ଅନ୍ୟ ଉପରେ ଦୋଷ ଲଦନ୍ତୁ ନାହିଁ ବା ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ କାମ ନୁହେଁ ।

୫. ଗରିବଙ୍କୁ ଅଧିକ ରୁ ଅଧିକ ସାହାଯ୍ୟ କରନ୍ତୁ ।

୬. ନିଜ ଜୀବନକୁ ରକ୍ଷା କରିବା ପୂର୍ବରୁ ଅନ୍ୟ ଜୀବନକୁ ରକ୍ଷା କରନ୍ତୁ ।

୭. ସକାଳୁ ଉଠିବା ପରେ ସମସ୍ତ ସୁଖମୟ ଜୀବନ ପାଇଁ କାମନା କରନ୍ତୁ । ଏହା ଦ୍ବାରା ଘର, ଜୀବନ ଓ ଶରୀରରେ ସକାରାତ୍ମକ କିରଣ ବା ଶକ୍ତି ଉତ୍ପନ ହୋଇଥାଏ ।

୮. ପରସ୍ପର ମଧ୍ୟରେ ହୋଇଥିବା ମତଭେଦକୁ ନଷ୍ଟ କରିବା ପାଇଁ ଇଶ୍ବରଙ୍କୁ ସ୍ମରଣ କରିବାକୁ ଯୀଶୁ ଉପଦେଶ ଦେଇଛନ୍ତି । କାହାଣୀ ମାଧ୍ୟମରେ ଯୀଶୁ ବୁଝାଉଥିଲେ ଯେ, ଯଦି ଆମେ ଅନ୍ୟକୁ କ୍ଷମା ନ କରିବା ତେବେ ଇଶ୍ବର ଆମକୁ କ୍ଷମା କରିବେ ବୋଲି କିପରି ଆଶା ରଖିବା ?

୯. ରାତିରେ ଶୋଇବା ପୂର୍ବରୁ ଅନ୍ୟ ସହ ହୋଇଥିବା ମତଭେଦକୁ ଭୁଲି ଯାଆନ୍ତୁ ଏବଂ ସେହି ଲୋକଙ୍କୁ ମଧ୍ୟ କ୍ଷମା କରିଦିଅନ୍ତୁ । ଏପରି କରିବା ଦ୍ବାରା ଜୀବନରୁ ଦୁଶ୍ଚିନ୍ତା ଦୂର ହେବ ।

୧୦. ଆମ ସମସ୍ତଙ୍କ ମଧ୍ୟରେ ଇଶ୍ବର ରହିଛନ୍ତି । ସବୁ ପରିସ୍ଥିତର ସାମ୍ନା କରିବାକୁ ଇଶ୍ବର ଆମକୁ ଶକ୍ତି ଦେଇଥାଆନ୍ତି ।

ଆଲେଖ୍ୟ : ବୈଜୟନ୍ତୀ ନାୟକ

Comments
Loading...