ଗୋଆରେ ଖ୍ରୀଷ୍ଟମାସର ଦୃଶ୍ୟ ଅତୀବ ମନୋରମ

0

ପ୍ରାୟ ପ୍ରତ୍ୟେକ ଦେଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ବା ଖ୍ରୀଷ୍ଟମାସକୁ ଖୁବ୍‍ ଧୁମ୍‍ଧାମରେ ପାଳନ କରାଯାଏ। ସବୁ ଦେଶରେ ସେଠାକାର ସ୍ଥାନୀୟ ପରମ୍ପରା ଅନୁସାରେ ଜନ୍ମଦିନ ପାଳିତ ହୁଏ। ତେବେ ଭାରତରେ ବିଶେଷ କରି ଗୋଆର ପଣଜୀଠାରେ ଏହି ଉତ୍ସବର ଦୃଶ୍ୟ ଅତୀବ ମନୋରମ ହୋଇଥାଏ। ଏହାକୁ ଦେଖିବା ଓ ଉପଭୋଗ କରିବା ପାଇଁ ପଣଜୀର ସମୁଦ୍ର କୂଳରେ ଅବୁ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। କ୍ଲବ୍‍, ଚର୍ଚ୍ଚ ଓ ସମୁଦ୍ର ତଟରେ ସାନ୍ତାକ୍ଲଜର ଟୋପି ପିନ୍ଧି ସବୁ ଧର୍ମର ଲୋକେ ଇଂରାଜୀ ପ୍ରାର୍ଥନା ଓ ଗୀତର ତାଳେ ତାଳେ ଝୁମିବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଚତୁର୍ଦିଗରୁ ଚର୍ଚ୍ଚଗୁଡ଼ିକରୁ କେକ୍‍ ର ସୁଗନ୍ଧ ଆସିଥାଏ। ବସିଲିକା ଅଫ୍‍ ବମ୍‍ ଜେସସ୍‍, ସେଣ୍ଟ୍‍ ଏଣ୍ଟୋନୀ ଚର୍ଚ୍ଚ, ସେଣ୍ଟ୍‍ ଆଣ୍ଡ୍ର୍ୟୁ ଚର୍ଚ୍ଚ, ନଭେଲିନ ଆଦି ହେଉଛି ଗୋଆର ପ୍ରସିଦ୍ଧ ଚର୍ଚ୍ଚ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Leave A Reply