ଆଜି ବଡ଼ ଦିନ

ଡିସେମ୍ବର ମାସର ୨୫ ତାରିଖ ଅର୍ଥାତ ଆଜି ପ୍ରଭୁ ଯିଶୁଙ୍କର ଜନ୍ମଦିବସ। ଏହି ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଏ। ଅଧିକାଂଶ ବିଦେଶୀ ରାଷ୍ଟ୍ରରେ ବଡ଼ ଦିନକୁ ଜାତୀୟ ଛୁଟି ଦିବସ ଭାବରେ ଘୋଷଣା କରାଯାଇଛି। ପ୍ରାୟ ୧ମାସ ପୂର୍ବରୁ ଏହି ଦିନ ପାଇଁ ଲଣ୍ଡନ, ଆମେରିକା ଓ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୫୦୦ଶତାବ୍ଦୀ ବେଳକୁ ଲଣ୍ଡନର ଘର ଓ ଗୀର୍ଜାକୁ ଏହି ବଡ଼ଦିନ ପାଇଁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଉଥିଲା। ସେବେଠାରୁ ଏହା ପରମ୍ପରା ଭାବରେ ରହିଆସିଛି। ବଡ଼ଦିନ ପର୍ବରେ ଉପହାର ଆଦାନପ୍ରଦାନ କଲେ ସମ୍ପର୍କ ନିବିଡ଼ ହୁଏ ବୋଲି ମତ ରହିଛି।

Comments are closed.