ଏହି ୫ଟି ସାମଗ୍ରୀ ବିନା ଫିକା ଲାଗେ ଖ୍ରୀଷ୍ଟମାସ

0

ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ । ଏହି ଉତ୍ସବ ଖୁସି ଏବଂ ପ୍ରେମର ପ୍ରତୀକ ଭାବେ ପାଳନ କରାଯାଏ । ଏହି ଅବସରରେ ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜା ସାମଗ୍ରୀରେ ଖ୍ରାଷ୍ଟୀୟାନ ଧର୍ମାଲମ୍ବୀମାନେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏହି ଉତ୍ସବରେ ୫ଟି ସାମଗ୍ରୀ ଅତି ଗୁରୁତ୍ବପୂର୍ଣ୍ଣ । ଯାହା ବିନା ଖ୍ରୀଷ୍ଟମାସ ଉତ୍ସବ ଫିକା ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହି ୫ଟି ସାମଗ୍ରୀ ବିଷୟରେ …

ମହମବତୀ: ପ୍ରତି ଧର୍ମର ବିଶେଷ ମହତ୍ତ୍ବ ରହିଛି । ଯାହା ଅଲଗା ଅଲଗା ଉପାୟରେ ପ୍ରକାଶ କରାଯାଏ । ବିଭିନ୍ନ ଧର୍ମରେ ଦୀପ, ଅଗ୍ନି ଏବଂ ମହମବତୀ ଦ୍ବାରା ଧର୍ମର ପ୍ରକାଶ କରାଯାଏ । ବିଶେଷ ପର୍ବ ବା ଉତ୍ସବ ଅବସରରେ ଆମେ ଇଶ୍ବରଙ୍କୁ ପ୍ରକାଶ ବା ଆଲୋକ ଅର୍ପିତ କରୁଛନ୍ତି ତେବେ ଏହା ଦ୍ବାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ଖ୍ରୀଷ୍ଟମାସ ଅବସରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ମହମବତୀ ଜଳାଇ ଲୋକେ ନିଜ ଜୀବନରେ ଆଲୋକର କାମନା କରିଥାଆନ୍ତି । ବିଭିନ୍ନ ରଙ୍ଗର ମହମବତୀ ଆମ ଜୀବନରେ ବହୁତ ଖୁସୀ ଓ ସଫଳତା ଆଣିଥାଏ ।

ଘଣ୍ଟି ବା ବେଲ: ଘଣ୍ଟିର ଧ୍ବନିରେ ମନରେ ନିଆରା ଉତ୍ସାହ ଜାଗ୍ରତ ହୋଇଥାଏ । ଯାହା ଫଳରେ ସକାରାତ୍ମକ ଶକ୍ତି ମନରେ ଭରିଯାଇଥାଏ । ଯେକୌଣସି ମଙ୍ଗାଳିକ କାର୍ଯ୍ୟରେ ଘଣ୍ଟିର ବ୍ୟବହାର ହୋଇଥାଏ । ହିନ୍ଦୁ ଧର୍ମରେ ପୂଜା ଓ ମନ୍ତ୍ରକୁ ପ୍ରଭାବଶାଳୀ କରିବା ପାଇଁ ଘଣ୍ଟ ବଜାଯାଏ । ଠିକ୍ ସେହିପରି ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ଉତ୍ସବରେ ଘଣ୍ଟି ବଜା ଯାଇ ଉତ୍ସବ ପାଳନ କରାଯାଏ । ଖ୍ରୀଷ୍ଟମାସରେ ପୂଜା ସ୍ଥାନ ଓ ଘରକୁ ଘଣ୍ଟିରେ ସଜାଇବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

କେକ୍: କେକ୍ ହେଉଛି ଏକ ବିଶେଷ ପ୍ରକାରର ମିଠା । ଖ୍ରୀଷ୍ଟମାସ ଅବସରରେ କେକ୍ ପ୍ରସ୍ତୁତ କରାଯାଏ । ମିଠା ଦ୍ବାରା ମନର ଦୁଶ୍ଚିନ୍ତା ଦୂର ହୋଇଥାଏ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ଅବସରରେ କେକ୍ ଖାଇବା ଦ୍ବାରା ମନ ଉତଫୁଲିତ ରହିଥାଏ ।

ଉପହାର: ଉପହାର ଏକ ପ୍ରକାରର ଦାନ, ଯାହା ଦ୍ବାରା ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଜୀବନରେ ଯେଉଁ ପ୍ରକାର ଖୁସୀ ପାଇବାକୁ ଆପଣ ଚାହୁଁଛନ୍ତି, ସେହି ସବୁ ଉପହାର ରୂପେ ପରିଜନଙ୍କୁ ବା ଅଭାବୀଙ୍କୁ ପ୍ରଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଖୁସୀ ଦ୍ବିଗୁଣ ହେବ । ଏହି ଅବସରରେ ଅନ୍ନ, ବସ୍ତ୍ର ଏବଂ ମିଠା ଉପହାର ଦେବା ସବୁଠୁଁ ଉତ୍ତମ ବୋଲି କୁହାଯାଏ । କାଚ ସାମଗ୍ରୀ ଏବଂ ନିଶା ଦ୍ରବ୍ୟ କଦାପି ଦିଅନ୍ତୁ ନାହିଁ । ଏହା ଦ୍ବାରା ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣ ନୂଆ ସମ୍ପର୍କ ତିଆରି କରିବାକୁ ଚାହୁଁଛନ୍ତି ତେବେ ଚକୋଲେଟ ଉପହାର ଦେଇପାରିବେ ।

ପ୍ରାର୍ଥନା: ପ୍ରାର୍ଥନା ହୃଦୟରୁ ବାହାରି ଇଶ୍ବରଙ୍କ ନିକଟରେ ପହଞ୍ଚିଥାଏ ଏବଂ ଇଶ୍ବରଙ୍କ ସହ ଆମକୁ ଯୋଡିଥାଏ । ଏଥିପାଇଁ କୌଣସି ବିଶେଷ ପ୍ରକ୍ରିୟାର ଆବଶ୍ୟକତା ପଡିନଥାଏ । କିନ୍ତୁ ପ୍ରାର୍ଥନା ମନର ଭାବ ଓ ସଙ୍ଗୀତରେ କରିବା ଦ୍ବାରା ଏହା ତୁରନ୍ତ ପ୍ରଭାବଶାଳୀ ହୋଇଥାଏ । ଖ୍ରୀଷ୍ଟମାସ ପୂର୍ବ ଦିନ ମଧ୍ୟରାତ୍ରିରେ କରାଯାଉଥିବା ପ୍ରାର୍ଥନାକୁ ପ୍ରଭୁ ଯିଶୁଖ୍ରୀଷ୍ଟ ସ୍ବୀକାର କରିଥାଆନ୍ତି । ଜୀବନରେ ପ୍ରେମ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍ ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply