ଖ୍ରୀଷ୍ଟ କଲେଜରେ ବିଶ୍ବ ଶକ୍ତି ସଂରକ୍ଷଣ ଦିବସ ପାଳିତ

କଟକ : ଖ୍ରୀଷ୍ଟ କଲେଜରେ ବିଶ୍ବ ଶକ୍ତି ସଂରକ୍ଷଣ ଦିବସ ଶନିବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ. ସିଦ୍ଧାର୍ଥ କୁମାର ସାହୁଙ୍କ ନେତୃତ୍ବରେ ଅଧ୍ୟାପକ ଓ ବିଦ୍ୟାର୍ଥୀମାନେ ସାଇକେଲ ଶୋଭାଯାତ୍ରାରେ କଲେଜ କ୍ୟମ୍ପସରୁ ବାହାରି ସହରର ମୁଖ୍ୟ ରାସ୍ତା ପରିକ୍ରମ କରି ସାଂପ୍ରତିକ ପରିସ୍ଥିତିରେ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ତଥା ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ଲାଗକାର୍ଡ ମାଧ୍ୟମରେ ପ୍ରଚାର କରିଥିଲେ। ଏଥିସହିତ ପ୍ରତ୍ୟେକ ଶନିବାର ଦିନ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ  ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଉଦ୍ଦେଶ୍ୟରେ କଲେଜକୁ ସାଇକେଲରେ ଆସିବା ପାଇଁ ଅଧକ୍ଷ ଡ. ସାହୁ ଅନୁରୋଧ କରିଥିଲେ। ଇକୋ କ୍ଲବର ସଂଯୋଜନା ଡ. ସଂଜିତ ବିଶ୍ବାସ ଓ ଏନ.ସି.ସି ଅଫିସର ଡ. ଜ୍ଞାନେଶ୍ବର ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.