ପାରୋଲରେ ଗଲେ ଚୌଦ୍ୱାର ଜେଲର ୨୯ କଏଦୀ

ଚୌଦ୍ୱାର: କରୋନା ମହାମାରୀ କବଳରୁ ଜେଲ୍‍ର ଅନ୍ତେବାସୀମାନଙ୍କୁ ସୁରକ୍ଷା ଦେବା ପାଇଁ ଜେଲରେ ଅନ୍ତେବାସୀ ସଂଖ୍ୟା କମ୍‍ କରିବା କାର୍ଯ୍ୟକ୍ରମ ମାଧ୍ୟମରେ ଚୌଦ୍ୱାର ଜେଲର ୨୯ ଜଣ ସଜାପ୍ରାପ୍ତ କଏଦୀଙ୍କୁ ପାରୋଲରେ ଛୁଟି ପ୍ରଦାନ କରାଯାଇଛି। ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରୁ ଏସମ୍ପର୍କରେ ପତ୍ର ଆସିବା ପରେ ଚୌଦ୍ୱାର ଜେଲ କତ୍ତୃପକ୍ଷ ଏଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହି ପରିପେକ୍ଷିରେ ଜେଲ ଡିଆଇଜି କୁଳମଣୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ୩ ଜଣ କଏଦୀଙ୍କୁ ଜେଲରୁ ଛଡ଼ା ଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ୨୬ ଜଣଙ୍କୁ ଛଡ଼ାଯିବ ବୋଲି ଜେଲର ଅବିନାସ ବେହେରା ସୂଚନା ଦେଇଛନ୍ତି।

ଏବେ ଜେଲକୁ ଆସୁଥିବା ନୂଆ କଏଦୀ ମାନଙ୍କୁ ସଂଗରୋଧରେ ରଖାଯିବା ସହିତ ଜେଲର ପ୍ରତ୍ୟେକ ୱାର୍ଡ଼,ଅଫିସ୍‍,ରାସ୍ତାଘାଟ ଆଦିକୁ ନିୟମିତ ଭାବେ ବିଶୋଧନ କରାଯାଉଥିବା, ସମସ୍ତଙ୍କ ପାଇଁ ଟିକା କରିଣ ବ୍ୟବସ୍ଥା କରାଯାଇଥିବା ସହିତ ସମସ୍ତ କୋଭିଡ଼ ନିୟମାବଳିକୁ କଢ଼ାକଢ଼ି ଭାବେ ପାଳନ କରାଯାଉଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Comments are closed.