ପୌରାଧ୍ୟକ୍ଷାଙ୍କ ଜଳ ନିଷ୍କାସନ ବ୍ୟବସ୍ଥା ଅନୁଧ୍ୟାନ

ଚୌଦ୍ୱାର: ବର୍ଷାଋତୁ ପୂର୍ବରୁ ଚୌଦ୍ୱାର ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ପୌର ପରିଷଦ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷିରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ଶୁଭଶ୍ରୀ ସଂଦୀପ୍ତା ନାୟକ ପ୍ରମୁଖ ବିଭିନ୍ନ ୱାର୍ଡ଼ରେ ବୁଲି ଡ୍ରେନେଜ ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ରାସ୍ତା ଗୁଡ଼ିକର ସ୍ଥିତି ପରଖିଥିଲେ। ପୌରପାଳିକା ୧୭ ନମ୍ବର ୱାର୍ଡ଼ ପରିଦର୍ଶନ ବେଳେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ୱାର୍ଡ଼ର ଦୁର୍ବଳ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହିତ ଭାଙ୍ଗି ଯାଇଥିବା ଡ୍ରେନ୍ ଓ ଅସଜଡ଼ା ରାସ୍ତାକୁ ଦେଖାଇଥିଲେ। ବର୍ଷାଦିନ ପୂର୍ବରୁ ଭଙ୍ଗାରୁଜା ଡ୍ରେନ୍ ଓ ରାସ୍ତା ମରାମତି କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଅଧ୍ୟକ୍ଷା ଓ ପୌରଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଡ୍ରେନ ଗୁଡ଼ିକରୁ ପଙ୍କୋଦ୍ଧାର କରାଯିବା ସହିତ ଡ୍ରେନ୍ ଗୁଡ଼ିକର ମରାମତି ଦିଗରେ ପ୍ରାଥମିକତା ଦିଆଯିବ ବୋଲି ଉପାଧ୍ୟକ୍ଷ ଶ୍ରୀ ସାମଲ କହିଥିଲେ ।ସୂଚନାଯୋଗ୍ୟଯେ, ଗତ ୩ଦିନ ତଳେ ହୋଇଥିବା କାଳବୈଶାଖୀ ବର୍ଷାରେ ୱାର୍ଡ଼ର କିଛି ସ୍ଥାନରେ ରାସ୍ତାରେ ବର୍ଷାଜଳ ଏଯାବତ୍ ଜମି ରହିଥିବା ଓ ଏଥି ପାଇଁ ସ୍ଥାନୀୟ ଅଧିବାସୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Comments are closed.