ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର

ଚୌଦ୍ୱାର: ଲିଗାଲ ଏଡ଼ ୱାର୍କର୍ସ (ଲ) ଓ ଚଣ୍ଡୀଖୋଲସ୍ଥିତ ସାଇନେତ୍ର ମନ୍ଦିର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଚୌଦ୍ୱାର ବଡ଼ବଜାରସ୍ଥିତ ସତ୍ୟନାରାୟଣ ପୂଜା ମଣ୍ଡପରେ ଏକ ଦାତବ୍ୟ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୧୩୧ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହିତ ୨୮ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସାଇନେତ୍ର ଚିକିତ୍ସାଳୟକୁ ନିଆ ଯାଇଥିଲା। ସାଇନେତ୍ର ହସପିଟାଲର ଜାହିରୁଦ୍ଦିନ୍‍ ସାହା, ସୁଭଦ୍ରା ବେହେରା, ଲକ୍ଷ୍ମୀପ୍ରିୟା ନାୟକ, ବନୀତା ସାହୁ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ଏସ୍‍ସିବିର ସହଯୋଗୀ ପ୍ରଫେସର ଡା. ସନାତନ ବେହେରା, ଇମ୍ଫାର ମାନବ ସମ୍ବଳ ମୁଖ୍ୟ ଜି. ସାରଦା ପ୍ରସାଦ ରାଓ, ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତ, ଶିକ୍ଷାବିତ୍‍ କୈଳାସ ଚନ୍ଦ୍ର ବରାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଲ’ ଅନୁଷ୍ଠାନର ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ନାୟକ, ମାନସ ସାହୁ, ଧନେଶ୍ୱର ସାହୁ ,ରାଜେଶ ଓଝାଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.